ମୁମ୍ବାଇ: ଏବେ ଫିଲ୍ମଠାରୁ ଦୂରରେ ରହି ମଧ୍ୟ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ଶାହାରୁଖ୍ ଖାନ୍। କିଛି ଦିନ ତଳେ ତାଙ୍କର ଜନ୍ମଦିନ ଥିବା ବେଳେ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇବା ପାଇଁ କରିଥିବା କାମ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅଷ୍ଟ୍ରେଲିଆର ଜଣେ ପ୍ରଶଂସକ ଶାହାରୁଖଙ୍କ ପାଇଁ ଜହ୍ନରେ ଜମି କିଣିଥିବା ଖବର ଚର୍ଚ୍ଚାର ବିଷୟୟ ପାଲଟିଥିବା ବେଳେ ଦୁବାଇର ବୁର୍ଜ ଖଲିଫା ଯେଉଁଭଳି ଭାବରେ ଶାହାରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲା, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କିିନ୍ତୁ ଏବେ ତାହାକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି। ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପାଇଁ ବୁର୍ଜ ଖଲିଫାକୁ ଶାହାରୁଖ୍ ୨କୋଟି ଟଙ୍କା ଦେଇଥିଲେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି।
To my brother, the awesomely cool Mr. @Mohamed_Alabbar and @BurjKhalifa @emaardubai. Thanks for making me shine so bright. Your love and kindness is unsurpassable. Wow! This is really the Tallest I have ever been. Love u Dubai. It’s my birthday and I’m the guest! pic.twitter.com/8oFAQCqNbD
— Shah Rukh Khan (@iamsrk) November 2, 2019
ସୂଚନା ମୁତାବକ, ନଭେମ୍ବର ୨ରେ ଶାହାରୁଖଙ୍କ ଜନ୍ମଦିନ ଥିଲା। ୫୪ବର୍ଷରେ ପାଦ ଦେଇଥିବା ଶାହାରୁଖଙ୍କ ନାଁ ବୁର୍ଜ ଖଲିଫାରେ ଲେଖାଯାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣା ଯାଇଥିଲା। ଯାହାର ଭିଡିଓ ନିଜର ସୋସିଆଲ ମିଡିଆ ସାଇଟରେ ସେୟାର କରି ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଶାହାରୁଖ୍। ତେବେ ନିଜର ନାଁ ଲେଖି ଶୁଭେଚ୍ଛା ଜଣାଇବା ପାଇଁ ବୁର୍ଜ ଖଲିଫାକୁ ଶାହାରୁଖ୍ ୨କୋଟି ଟଙ୍କା ଦେଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହା ମିଛ ବୋଲି ସ୍ପଷ୍ଟ ହୋଇଛି। ସେୟାର କରାଯାଉଥିବା ସ୍କ୍ରିନସଟକୁ ଏଡିଟ୍ କରାଯାଇ ମିଛ ଖବର ପ୍ରସାର କରାଯାଉଥିବା ବେଳେ ଏମାର ଗ୍ରୁପ୍ ମଧ୍ୟ ଟଙ୍କା ଦେବା ଖବରକୁ ମିଛ ବୋଲି କହିଛି।