‘ମାୟାବୀ’ ପରେ ନାୟିକା ଅର୍ଲିନ୍ ଅଙ୍କିତାଙ୍କୁ ଆଉ ବଡ଼ ପରଦାରେ ଦେଖିବାକୁ ମିଳିନାହିଁ। କିନ୍ତୁ ଦର୍ଶକ ଖୁବ୍‌ ଶୀଘ୍ର ତାଙ୍କୁ ୪ଟି ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ। ଏଥିମଧ୍ୟରେ ରହିଛି ରିଷଭ ଅଗ୍ରୱାଲଙ୍କ ନିର୍ଦ୍ଦେଶିତ ‘ଏଡବ୍ଲୁଏମ୍’। ଏହି ସିନେମାରେ ମନୋଜ ମିଶ୍ରଙ୍କ ସହ ତାଙ୍କୁ ପ୍ରଥମ ଥର ଦେଖିବାକୁ ମିଳିବ। ବିଜୟ କାଣ୍ଡୋଇଙ୍କ ପ୍ରଯୋଜିତ ତଥା ବାସୁଦେବ ବରାଡ଼ଙ୍କ ନିର୍ଦ୍ଦେଶିତ ‘ହେ ରାମ, କର୍ମ ହିଁ ଧର୍ମ’ରେ ଅଙ୍କିତାଙ୍କ ଅଭିନୀତ ଚରିତ୍ର ହେଲା ‘ଫୁଲ’। ଏହି ସିନେମାରେ ତାଙ୍କୁ ନାୟକ ସମ୍ବିତଙ୍କ ବିପକ୍ଷରେ ପ୍ରଥମ ଥର ଦେଖିବାକୁ ମିଳିବ।
ତେଣେ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ହିଟଲର୍’ ବି ମୁକ୍ତି ଅପେକ୍ଷାରେ ରହିଛି।

Advertisment

ଏହି ସିନେମାରେ ନାୟକ ଦୀପକଙ୍କ ବିପକ୍ଷରେ ନଜର ଆସିବେ ଅଙ୍କିତା। ଏହା ଛଡ଼ା ତାଙ୍କ ଅଭିନୀତ ‘ମୁନ୍ନା ଭାଇ ବିବିଏସ୍‌ଆର୍’ ବି ଖୁବ୍ ଶୀଘ୍ର ପରଦାକୁ ଆସିବ। ଏଥିରେ ଦେବରାଜ ଓ ଅର୍ଲିନ୍ ଅଙ୍କିତାଙ୍କ ଯୋଡ଼ିକୁ ପ୍ରଥମ ଥର ଲାଗି ଦେଖିବାକୁ ପାଇବେ ଦର୍ଶକ। ସୁନୀଲ-ସୁଦୀପ୍ତଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ରମେଶ ରାଉତ। କୌତୂହଳର ବିଷୟ ହେଲା, ଏ ସବୁ ସିନେମାରେ ଅଙ୍କିତା ଭିନ୍ନଭିନ୍ନ ନାୟକ ଓ ଅଲଗା ଅଲଗା ନିର୍ଦ୍ଦେଶକଙ୍କ ସହ କାମ କରୁଛନ୍ତି।