ମୁମ୍ବାଇ: ବଲିଉଡର ଟ୍ରାଜେଡି କିଙ୍ଗ୍ ଭାବେ ଖ୍ୟାତ ୯୫ ବର୍ଷୀୟ ବରିଷ୍ଠ ଅଭିନେତା ଦିଲୀପ୍ କୁମାରଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ଖବର ଶୁଣିବାକୁ ମିଳୁଛି। ଅଭିନେତା ଦିଲୀପ୍ କୁମାରଙ୍କ ପତ୍ନୀ ସାୟରା ବାନୋ ଏହାକୁ ନେଇ ଖୁବ୍ ଚିନ୍ତିତ ରହୁଛନ୍ତି। ସେ ତାଙ୍କର ଅଫିସିଆଲ୍ ଟ୍ଵିଟର୍ ଆକାଉଣ୍ଟ୍ରୁ ଟ୍ଵିଟ୍ ଜରିଆରେ ପ୍ରଶଂସକଙ୍କୁ ପତି ଦିଲୀପ୍ଙ୍କ ସୁସ୍ୱାସ୍ଥ୍ୟ ଲାଗି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଅନୁରୋଧ କରିିଛନ୍ତି।
ଏଥିରେ ସେ ଖୁବ୍ ଭାବପ୍ରବଣ ହେବା ସହିତ ସ୍ୱାମୀ ଦିଲୀପ୍ଙ୍କ ଉଦ୍ଦେଶ୍ୟରେ ଏକ ମେସେଜ୍ ମଧ୍ୟ ଲେଖିଛନ୍ତି। ଯେଉଁଥିରେ କି ଦିଲୀପ୍ଙ୍କ ପତ୍ନୀ ସାୟରା ବାନୋ ପତିଙ୍କ ଉଦ୍ଦେଶ୍ୟରେ ‘ଆଲ୍ଲା ଉନ୍ପର ଆଶୀର୍ବାଦ ଜାରି ରଖ’ ବୋଲି କହିଛନ୍ତି।ଏଥିସହିତ ସେ ତାଙ୍କର ପତିଙ୍କ ସୁସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ସମସ୍ତ ପ୍ରଶଂସକ ପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ ଅନୁରୋଧ କହିଛନ୍ତି।
ତେବେ ସାୟରାଙ୍କର ଏହି ଭାବପ୍ରଣତା ଲେଖାକୁ ଦେଖିଲା ପରେ ,ଯେ କେହି ବି ଅନୁଭବ କରିପାରିବେ କି ସ୍ୱାମୀ ଦିଲୀପ୍ କୁମାର୍ଙ୍କ ପ୍ରତି ସାୟରାଙ୍କର ଭଲପାଇବା କିଭଳି ଗଭୀର ରହିଛି।