ଦିଗ୍ଗଜ ଅଭିନେତା ଦିଲୀପ କୁମାର ଆଜି ୯୮ବର୍ଷରେ ପଦାର୍ପଣ କରିଛନ୍ତି। ଦିଲୀପଙ୍କ ପତ୍ନୀ ସାୟରା ବାନୋ ପ୍ରତିବର୍ଷ ଜନ୍ମଦିନ ପାଇଁ ଯୋଜନା କରନ୍ତି। ମାତ୍ର ଏଥର ସେ କୌଣସି ବଡ଼ ଉତ୍ସବ କରିବେ ନାହିଁ। କରୋନା ସଙ୍କଟ ଜାରି ରହିଥିବାରୁ ଏବଂ ଦିଲୀପ କୁମାରଙ୍କ ସାନ ଭାଇ ଅହମାନ ଓ ଅସଲମଙ୍କର ନିକଟରେ ନିଧନ ହୋଇଥିବାରୁ ସେ ଜନ୍ମଦିନ ଉତ୍ସବ ମନାଇବେ ନାହିଁ। ସାୟରା କହିଛନ୍ତି, ଆମେ ଇଦ୍, ଦୀପାବଳି ଉତ୍ସବ ପାଳନ କରିନାହୁଁ। ତେବେ ଜନ୍ମଦିନରେ ଏକ ଛୋଟ ଆୟୋଜନ କରାଯାଇଛି। ପରିବାର ଲୋକ ଓ କିଛି ବନ୍ଧୁଙ୍କ ଉପସ୍ଥିତିରେ ଜନ୍ମଦିନ ପାଳନ ହେବ। ନିକଟରେ ଦିଲୀପଙ୍କ ଅଭିନୀତ ଫିଲ୍ମ ‘ଗଙ୍ଗା ଯମୁନା’ର ମୁକ୍ତିଲାଭକୁ ୫୦ ବର୍ଷ ପୂରିଥିଲା।
୯୮ ବର୍ଷରେ ଦିଲୀପ କୁମାର
/sambad/media/post_attachments/wp-content/uploads/2020/12/dilip-kumar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)