ଦିଲୀପ କୁମାର ଅସୁସ୍ଥ; ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ

ମୁମ୍ବାଇ : ଟ୍ରଜେଡିି କିଙ୍ଗ ନାମରେ ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କର ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ଲୀଳାବତୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତାଙ୍କ ଛାତିରେ ଇନ୍‌ଫେକ୍‌ସନ୍‌ ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରଥମେ ଏହି ଖବର ଅଭିନେତା ଦିଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାୟରା ବାନୋ ଦିଲୀପଙ୍କ ଟ୍ଵିଟର ଆକାଉଣ୍ଟକୁ ଯାଇ ସମସ୍ତଙ୍କୁ ଜଣାଇଥିଲେ ।

Hindustan

ସେ ଟୁଇଟ କରିଥିଲେ କି, ସାହାବଙ୍କ ଛାତିରେ ଇନ୍‌ଫେକ୍‌ସନ୍‌ ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆପଣମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ। ଏହା ପରେ ତାଙ୍କ ପ୍ରଶଂସକମାନେ ଶୀଘ୍ର ସୁସ୍ଥ ହେବାର କାମନା କରିଥିଲେ । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଟିକେ ସୁଧାର ଆସିଥିବା ଜଣାପଡ଼ିବା ସହ କିଛି ଚିନ୍ତା କରିବାର ନାହିଁ ବୋଲି କହିଛନ୍ତି ଦିଲୀପ କୁମାରଙ୍କ ଡ଼ାକ୍ତର । ଏହା ପୂର୍ବରୁ ଅଗଷ୍ଟ ମାସରେ ତାଙ୍କ ଶରୀରରୁ ଜଳୀୟଅଂଶ କମି ଯିବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା ।

ସମ୍ବନ୍ଧିତ ଖବର