ନିଜ ବାସଭବନରେ ପହଞ୍ଚିଲା ଦିଲୀପ କୁମାରଙ୍କ ମୃତଦେହ; ସଂଧ୍ୟା ୫ ଟାରେ ଅନ୍ତିମ ସଂସ୍କାର

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ପରେ ହିନ୍ଦୀ ସିନେମା ଜଗତର ଗୋଟିଏ ଯୁଗର ଅନ୍ତ ଘଟିଛି । ବୁଧବାର ସକାଳ ୭.୩୦ ମିନିଟରେ ଦିଲୀପ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେବ ରୋଗରେ ପୀଡ଼ିତ ଥିଲେ । ଗୋଟିଏ ମାସ ହେବ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ।

ତାଙ୍କ ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନ ନିକଟକୁ ନିଆଯାଇଛି । ତାଙ୍କୁ ଶେଷ ଦର୍ଶନ କରିବାକୁ ବହୁ କଳାକାର ସେଠାରେ ପହଞ୍ଚିଛନ୍ତି । ମୁମ୍ବାଇର ଜୁହୁ କବରସ୍ଥାନରେ ସନ୍ଧ୍ୟା ୫ ଟାରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି କୁହାଯାଇଛି ।

ଅନ୍ୟପଟେ ତାଙ୍କ ମୃତ୍ୟୁରେ ବଲିଉଡର ବହୁ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ଅମିତାଭ ବଚ୍ଚନ, ଅଜୟ ଦେବଗନ,ସନି ଦେୱଲ ଭଳି କଳାକାର ମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଓ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ଦିଲୀପ କୁମାରଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

କହିରଖୁ କି ଦିଲ୍ଲୀପ କୁମାର ହିନ୍ଦୀ ସିନେମା ପ୍ରେମୀଙ୍କୁ ଅନେକ ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ୬୦ ବର୍ଷର ଲମ୍ବା କ୍ୟାରିୟରରେ ସେ ୬୫ ଟି ସିନେମାରେ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଜ୍ୱାର ଭଟ୍ଟା’ ଓ ୧୯୯୮ ରେ ଶେଷଥର ପାଇଁ ‘କିଲା’ ଚଳଚିତ୍ରରେ ଅଭିନୟ କରିଥିଲେ ।

ସମ୍ବନ୍ଧିତ ଖବର