ଦିଲୀପଙ୍କ ଶେଷ ଫଟୋ ହେଲା ଭାଇରାଲ, ଆଲିଙ୍ଗନ କରି କାନ୍ଦୁଥିଲେ ସ୍ତ୍ରୀ

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଦିଲୀପ କୁମାର ୯୮ ବର୍ଷ ବୟସରେ ଗତବୁଧବାର ସକାଳ ୭.୩୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତରେ ସାରା ଦୁନିଆରେ ଶୋକର ଲହରି ଖେଳିଯାଇଛି । ବଲିଉଡର ଅନେକ କଳାକାର ଏବଂ ରାଜନୈତିକ ବ୍ୟକ୍ତି ଦିଲୀପଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ।

ତେବେ ଦିଲୀପ କୁମାର ଯିବା ପରେ ସାଏରା ବାନୋ ପୂରାପୂରି ଭାଙ୍ଗି ପଡ଼ିଛନ୍ତି। ସେ ତାଙ୍କ ବଞ୍ଚିବାର ସାହାରାକୁ ହରାଇ ଦେଇଛନ୍ତି। ଦିଲୀପଙ୍କ ମୃତ୍ୟୁ ପରେ ଭାବୁକ କରି ଦେଲା ଭଳି ସାଏରାଙ୍କ ଅନେକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ସାଏରା କେତେ ମାତ୍ରାରେ ଭାଙ୍ଗି ପଡ଼ିଛନ୍ତି ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଦିଲ୍ଲୀପ କୁମାରଙ୍କ ଏହି ଶେଷ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିରେ ଅନ୍ତିମ ସଂସ୍କାର ପୂର୍ବରୁ ସାଏରା ଦିଲୀପଙ୍କୁ ଆଲିଙ୍ଗନ କରି ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି।

दिलीप कुमार, धर्मेंद्र

ସେହିପରି ଦିଲୀପଙ୍କ ଘନିଷ୍ଠ ବନ୍ଧୁ ଧର୍ମେନ୍ଦ୍ର ବହୁତ ଦୁଃଖୀ ଥିବା ସହିତ ତାଙ୍କ ଆଖି ବି ଲୁହରେ ଭରିଥିବା ନଜରକୁ ଆସିଥିଲା। ଦିଲୀପଙ୍କ ଅନ୍ତିମ ଦର୍ଶନ ପାଇଁ ଆସିଥିବା ଧର୍ମନ୍ଦ୍ରେଙ୍କ ଏହି ଫଟୋ ବି ଭାଇରାଲ ହେଉଛି।

ସମ୍ବନ୍ଧିତ ଖବର