କରୋନା ଆକ୍ରାନ୍ତ ଥିବା ଦିଲୀପ କୁମାରଙ୍କ ସାନ ଭାଇ ଅସଲମ ଖାନଙ୍କ ଦେହାନ୍ତ

ମୁମ୍ବାଇ : ଅଗଷ୍ଟ ୧୭ରେ ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ଦୁଇ ଜଣ ସାନ ଭାଇ ଏହସାନ ଖାନ ଏବଂ ଅସଲମ ଖାନ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ମୁମ୍ବାଇର ଲିଲାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହସାନ ଏବଂ ଅସଲମଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଦିଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହସାନ ଖାନଙ୍କୁ ୯୦ ବର୍ଷ ହୋଇଥିବାବେଳେ ଅସଲମ ଖାନ ତାଙ୍କଠାରୁ କିଛି ବର୍ଷ ସାନ ଥିଲେ | ତେବେ ଆଜି ସକାଳେ କରୋନା ଆକ୍ରାନ୍ତ ଥିବା ଅସଲମ ଖାନଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି | ଅଭିନେତା ଦିଲୀପ କୁମାରଙ୍କ ସମ୍ପର୍କୀୟ ଫୈଜଲ ଫାରୁକି ଏ ନେଇ ସୂଚନା ଦେଇଛନ୍ତି |

Dilip Kumar honoured by World Book of Records for contributions to ...
www.jagran.com

ଟୁଇଟରେ, ଆଜି ସକାଳେ ଲିଲାବତୀ ଡାକ୍ତରଖାନାରେ ଦିଲୀପ କୁମାରଙ୍କ ସାନ ଭାଇ ଅସଲମ ଖାନଙ୍କ ମୃତ୍ୟୁ ଘଟିଛି | ଆମେ ଭଗବାନଙ୍କଠାରୁ ଆସିଛୁ ଏବଂ ତାଙ୍କ ନିକଟକୁ ଫେରିଯିବୁ ବୋଲି ଲେଖିଛନ୍ତି ଫୈଜଲ ଫାରୁକି | ଏହା ସହ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଅସଲମ ଖାନଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି | ସେ କହିଛନ୍ତି କୋଭିଡ-୧୯ ହେତୁ ଅସଲମଙ୍କର ଦେହାନ୍ତ ହୋଇଛି | ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ସହିତ ତାଙ୍କର ନିମୋନିଆ ହୋଇଥିଲା। ତାଙ୍କର ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା, ଯାହା ଫଳରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର