ଦିଲୀପଙ୍କୁ ଟାଟା ଚିହ୍ନିଲେନି

ଷାଠିଏ ଦଶକର ଚର୍ଚ୍ଚିତ ଚଳଚ୍ଚିତ୍ର ଅଭିନେତା ଦିଲୀପ କୁମାର ଏକଦା ବିମାନରେ ଯାଉଥାନ୍ତି। ତାଙ୍କ ପାଖ ସିଟ୍‌ରେ ବସିଥାନ୍ତି ଟାଟା କମ୍ପାନିର ମ୍ୟାନେଜିଂ ଡାଇେରକ୍ଟର ଜେ.ଆର.ଡି ଟାଟା। ବହୁ ସମୟ ପର୍ଯ୍ୟନ୍ତ ଟାଟା ଦିଲୀପ କୁମାରଙ୍କ ସହ କଥା ନ ହେବାରୁ ବାଧ୍ୟ ହେଇ ଦିଲୀପ ତାଙ୍କୁ ପଚାରିଥିଲେ ଆପଣ ମୋତେ ଚିହ୍ନିନାହାନ୍ତି! ଟାଟା କିଛି ଉତ୍ତର ‌ଦେଲେନାହିଁ। ପୁଣି ଦିଲୀପ ତାଙ୍କୁ ନିଜ ପରିଚୟ ଦେଇ କହିଲେ, ଆପଣ ମୋତେ ଚିହ୍ନନ୍ତିନି? ମୁଁ ପରା ମୁଁ ହିନ୍ଦୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତା ଦିଲୀପ କୁମାର। ଟାଟା ଏଥର ବି କିଛି ଉତ୍ତର ‌ନ ଦେଇ ଚୁପ୍ ହୋଇ ବସିଲେ। ଏଥିରୁ ଦିଲୀପ କୁମାର ବୁଝିଯାଇଥିଲେ ଯେ ଆମେ ନିଜକୁ ଯେତେ ପରିଚିତ ଭାବୁଛୁ, ସେତେ ନୁହେଁ। କାରଣ ଆମଠାରୁ ମଧ୍ୟ ଆହୁରି ପ୍ରଖ୍ୟାତ ବ୍ୟକ୍ତିବିଶେଷ ଅଛନ୍ତି।

ସମ୍ବନ୍ଧିତ ଖବର