ପିଲା ଜନ୍ମର ମାସକ ପରେ ପୁଅକୁ ଧରି ନାଚିଲେ ଦୀପିକା; ଭିଡିଓ ସେୟାର୍‌ କଲେ ସ୍ବାମୀ

ମୁମ୍ବାଇ: ଅଭିନେତ୍ରୀ ଦୀପିକା କକ୍କର ଓ ତାଙ୍କ ସେଲିବ୍ରିଟି ସ୍ବାମୀ ସୋଏବ ଇବ୍ରାହିମ୍‌ ବି-ଟାଉନ୍‌ର ଏବେ ସବୁଠାରୁ ଚର୍ଚ୍ଚିତ ଦମ୍ପତି। ଉଭୟ ବାପାମାଆ ବନିବାକୁ ୧ ମାସ ହୋଇଗଲାଣି। ଦୀପିକା ପୁଅ ରୁହାନକୁ ଜନ୍ମ ଦେବା ପରେ ଅଧିକ ଚର୍ଚ୍ଚାରେ ରହିଛନ୍ତି।

ବିବାହର ପାଞ୍ଚ ବର୍ଷ ପରେ ଦୀପିକା ଏବଂ ସୋଏବଙ୍କ ଘରେ ଶିଶୁର କ୍ରନ୍ଦନ ଶୁଣିବାକୁ ମିଳୁଛି। ପିଲାଟି ଜନ୍ମ ହେବା ଦିନଠାରୁ ନିଜ ପିତାମାତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଛାଇ ରହିଛି।

ସ୍ବାମୀ, ସ୍ତ୍ରୀ ସେମାନଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଅଧିକାଂଶ ପୋଷ୍ଟ ନିଜ ପୁଅକୁ ନେଇ କରୁଛନ୍ତି। ନିକଟରେ ସେୟାର୍‌ ହୋଇଥିବା ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ଦୀପିକା ତାଙ୍କ ପୁଅକୁ ଧରି ନାଚୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ସମସ୍ତଙ୍କ ହୃଦୟ ଜିତିଛି।

ସୋଏବ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପତ୍ନୀ ଦୀପିକା କକ୍କର ପୁଅ ରୁହାନଙ୍କ ସହ ନିଜ ବେଡ୍‌ରୁମ୍‌ରେ ନାଚୁଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରିବା ସହିତ ସେ ଏକ ହୃଦୟ ଇମୋଜି ମଧ୍ୟ ଦେଇଛନ୍ତି। ଏଥିରେ କେବଳ ରୁହାନକୁ କଡ଼ରୁ ଟିକେ ଦେଖିବାକୁ ମିଳିଛି। ରୁହାନର କୁନି କୁନି ହାତ ଭିଡିଓରେ ଦେଖିବାକୁ ମିଳିଛି। ଦୀପିକା କକ୍କର ପୁଅ ରୁହାନଙ୍କ କୁନି ହାତ ଧରି ଆରାମରେ ନାଚୁଛନ୍ତି। ତାଙ୍କର ଖୁସି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି।

ଦୀପିକା ଜୁଲାଇ ୨୧ ତାରିଖରେ ପୁଅ ରୁହାନଙ୍କ ପ୍ରଥମ ଫଟୋ ସେୟାର କରିଥିଲେ।  ଶିଶୁପୁତ୍ରର ଚେହେରା ଏଥିରେ ସ୍ପଷ୍ଟ ଭାବେ ଦେଖାଯାଇନଥିଲା, କିନ୍ତୁ ଦମ୍ପତିଙ୍କ ଖୁସି ସ୍ପଷ୍ଟ ଦେଖାଯାଉଥିଲା।

ସମ୍ବନ୍ଧିତ ଖବର