ପାଖେଇ ଆସିଲାଣି ଦୀପିକାଙ୍କ ପ୍ରସବ ସମୟ: ସ୍ବାମୀ ସୋଏବ ଇବ୍ରାହିମ୍‌ କହିଲେ…

ମୁମ୍ବାଇ: ‘ଶଶୁରାଲ୍‌ ସିମର୍‌ କା’ ଅଭିନେତ୍ରୀ ଦୀପିକା କକ୍କର ମାଆ ବନିବାକୁ ଯାଉଛନ୍ତି। ତେବେ ସେ ଗର୍ଭବତୀ ଥିବା ହେତୁ ତାଙ୍କ ଗର୍ଭରେ ପୁଅ, ଝିଅ ନା ଯାଆଁଳା ପିଲା ଅଛି ତାହା ଜାଣିବା ପାଇଁ ସଭିଙ୍କ ଭିତରେ ଉତ୍ସୁକତା ରହିଛି। ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର ଓ ତାଙ୍କ ସ୍ବାମୀ ସୋଏବ ଇବ୍ରାହିମ୍‌ ଜାନୁଆରିରେ ଏହି ଖୁସି ଖବର ଦେଇଥିଲେ। ଗର୍ଭଧାରଣ କରିବା ପରେ ପ୍ରଥମରୁ ଦୀପିକାଙ୍କ ସ୍ବାସ୍ଥ୍ୟାବସ୍ଥା ପୂରା ଠିକ୍‌ ନଥିଲା। ପରେ ସେ ଡାଏଟ୍‌ ଫଲୋ କରି ସବୁକିଛି ଠିକ୍‌ କରି ଦେଇଛନ୍ତି। ଏହା ଭିତରେ ତାଙ୍କର ପିଲା ଜନ୍ମ କରିବା ସମୟ ବି ଆସିଗଲାଣି।

ଆପଣ ଜାଣନ୍ତି ଯେ ଦୀପିକାଙ୍କୁ ଡାକ୍ତର ଜୁଲାଇ ୪ ତାରିଖ ଦେଇଛନ୍ତି। ତେବେ ନିକଟ ଅତୀତରେ ତାଙ୍କୁ ନେଇ ଅନେକ ଗୁଜବ ସବୁ ପ୍ରଘଟ ହେବାରେ ଲାଗିଛି। ସୋସିଆଲ୍‌ ମିଡିଆରେ ଦୀପିକା ଯାଆଁଳା ପିଲାଙ୍କୁ ଜନ୍ମ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେ‌ଳେ ପୁଣି କେହି କେହି ଦୀପିକା ଏକ ପୁତ୍ର ସନ୍ତାନ ହୋଇଛି ବୋଲି ପ୍ରଚାର କରିବା ଆରମ୍ଭ କରିଛନ୍ତି।

ତେବେ ଏ ସବୁ କଥାରୁ ଗୁଜବ ବୋଲି କହିଛନ୍ତି ଦୀପିକାଙ୍କ ସ୍ବାମୀ ସୋଏବ। ସେ କହିଛନ୍ତି ଯେ ଦୀପିକା ଏବେ ଘରେ ବିଶ୍ରାମ ନେଉଛନ୍ତି। ଏପର୍ଯ୍ୟନ୍ତ କିଛି ବି ହୋଇନାହିଁ। ହେଲା ପରେ ଆମେ ଗଣମାଧ୍ୟମକୁ ଜଣାଇବୁ। ଗତ କିଛି ଦିନ ତଳେ ଦୀପିକାଙ୍କ ଡେଲିଭରି ହେବାକୁ ଥିବା ବେଳେ ହସ୍ପିଟାଲ୍‌ ଯିବାକୁ ସ୍ବାମୀ ସୋଏବ ବ୍ୟାଗ୍‌ ପ୍ୟାକ୍‌ କରୁଥିବାର ଦେଖିବାକୁ ମିଳିଥିଲା।

 

ସମ୍ବନ୍ଧିତ ଖବର