ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର କିଛିଦିନ ହେବ କଷ୍ଟଯନ୍ତ୍ରଣା ଦେଇ ଗତି କରୁଛନ୍ତି। ଦୀପିକା କକ୍କର ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଏକଥାକୁ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଏଥିସହିତ ସେ ସମସ୍ତ ପ୍ରଶଂସକଙ୍କୁ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ଦୀପିକା କକ୍କର ଏବଂ ତାଙ୍କ ସ୍ୱାମୀ ସୋଏବ ଇବ୍ରାହିମ ପୂର୍ବରୁ ଏକ ବ୍ଲଗ ପୋଷ୍ଟ କରିଥିଲେ। ଏଥିରେ ଦୀପିକାଙ୍କ ଯକୃତରେ ଏକ ଟ୍ୟୁମର ଥିବାର ସୂଚନା ଦେଇଥିଲେ।
ଦୀପିକା କକ୍କର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି- 'ଯେପରିକି ଆପଣମାନେ ସମସ୍ତେ ଜାଣନ୍ତି, ଗତ କିଛି ସପ୍ତାହ ଆମ ପାଇଁ ବହୁତ କଷ୍ଟକର ରହିଛି। ପେଟର ଉପର ଭାଗରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲ ଯିବାକୁ ପଡ଼ିଥିଲା। ସେଠାରେ ପରୀକ୍ଷା ପରେ ଜାଣିବାକୁ ପାଇଲୁ ଯେ ଯକୃତରେ ଏକ ଟେନିସ୍ ବଲ୍ ଆକାରର ଟ୍ୟୁମର ଅଛି। ତା’ପରେ ଜାଣିବାକୁ ପାଇଲୁ ଯେ ଉକ୍ତ ଟ୍ୟୁମର ଦ୍ୱିତୀୟ ପର୍ଯ୍ୟାୟ ମାଲିଗ୍ନାଣ୍ଟ (କର୍କଟ)।'