ମୁମ୍ବାଇ: ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଅଭିନେତ୍ରୀ ଦୀପିକା କକ୍କର। ଦୀପିକା ଏବେ ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି। 

Advertisment

ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ସୂଚନା ଦେଇ ଏକ ଲମ୍ବା ପୋଷ୍ଟ ସେୟାର କରିଛନ୍ତି। ସେ ୧୧ ଦିନ ଧରି ହସ୍ପିଟାଲରେ ରହିବା ପରେ ଶେଷରେ ଘରକୁ ଫେରିବାକୁ ଯାଉଛନ୍ତି।

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଏକ ସପ୍ତାହରୁ ଅଧିକ ସମୟ ଧରି ପର୍ଯ୍ୟବେକ୍ଷଣ ପରେ, ଦୀପିକା ସେୟାର କରିଛନ୍ତି ଯେ ଟ୍ୟୁମର ସଫଳତାର ସହ ବାହାର କରାଯାଇଛି। ତଥାପି ତାଙ୍କର ଚିକିତ୍ସା ଚାଲିଛି। ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପାଇଁ ଅଧିକ ଡାକ୍ତରୀ ଯତ୍ନ ଆବଶ୍ୟକ ରହିଛି। 

ସେ ହସ୍ପିଟାଲରୁ ତାଙ୍କର ଫଟୋ ସେୟାର କରି ଲେଖିଛନ୍ତି, "ଏଠାରେ ରହିବାର ‌ଗୋଟିଏ ଦିନ ହୋଇଗଲା ଏବଂ ଏବେ ଘରକୁ ଯିବାର ସମୟ। ଟ୍ୟୁମରରୁ ମୁକ୍ତ ହୋଇଛି। କିନ୍ତୁ ଏହା ଚିକିତ୍ସାର ଏକ ଅଂଶ ଯାହା ବାକି ଅଛି।’’

ଦୀପିକା ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସ ଦେଇ ଗତି କରୁଛନ୍ତି। ସୋଏବ ଇବ୍ରାହିମ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଅପଡେଟ୍ ଦେଇ କହିଛନ୍ତି, ‘ଲିଭର କ୍ୟାନସର ଅସ୍ତ୍ରୋପଚାର ପରେ ଦୀପିକା ଆଇସିୟୁରୁ ବାହାରକୁ ଆସିଛନ୍ତି।