ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା କକ୍କରଙ୍କ ସଫଳ ଅସ୍ତ୍ରୋପଚାର ହେବାପରେ ସେ ଆଇସିୟୁରୁ ବାହାରକୁ ବାହାରି ଆସିଛନ୍ତି। ଏନେଇ ଦୀପିକାଙ୍କ ସ୍ୱାମୀ ସୋଏବ ଇବ୍ରାହିମ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି।
ଦୀପିକା ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସ ଦେଇ ଗତି କରୁଛନ୍ତି। ସୋଏବ ଇବ୍ରାହିମ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଅପଡେଟ୍ ଦେଇ କହିଛନ୍ତି, ‘ଲିଭର କ୍ୟାନସର ଅସ୍ତ୍ରୋପଚାର ପରେ ଦୀପିକା ଆଇସିୟୁରୁ ବାହାରକୁ ଆସିଛନ୍ତି।
ଅସ୍ତ୍ରୋପଚାର ପାଇଁ ମୁଁ ଦୀପିକାଙ୍କୁ ୮.୩୦ରେ ଓଟି ଭିତରେ ଛାଡିଥିଲି ଏବଂ ସେ ୧୧.୩୦ ରେ ବାହାରକୁ ଆସିଥିଲେ। ମୋ ଜୀବନରେ ଆଜି ପର୍ଯ୍ୟନ୍ତ ମୁଁ ଏତେ ସମୟ ଧରି କାହାରି ଅସ୍ତ୍ରୋପଚାର ଦେଖି ନାହିଁ।
ଦୀପିକା ଆଇସିୟୁରୁ ବାହାରକୁ ଆସିଯାଇଥିବା ବେଳେ ଅସ୍ତ୍ରୋପଚାର ହେତୁ ତାଙ୍କର ପଡ଼ିଥିବା ସିଲାଇରେ ସାମାନ୍ୟ ଯନ୍ତ୍ରଣା ହେଉଛି। ଡାକ୍ତରଙ୍କ କହିବା ଅନୁସାରେ ତାହା ରହିବ ନଚେତ ସବୁକିଛି ଠିକ ଅଛି। ପ୍ରତିଦିନ ହେଉଥିବା ରକ୍ତ ରିପୋର୍ଟ ଠିକ୍ ଅଛି। ଦୀପିକା ପୁଣି ଚାଲିବା ଆରମ୍ଭ କରିଛନ୍ତି, ସେ ଧୀରେ ଚାଲୁଛନ୍ତି, ସେ ସାଧାରଣ ଖାଦ୍ୟକୁ ମଧ୍ୟ ଫେରି ଆସିଛନ୍ତି।ଯଦି ସବୁକିଛି ଏପରି ଠିକ୍ ଠାକ୍ ରୁହେ, ତେବେ ମୁଁ ନିଶ୍ଚିତ ଭାବରେ ଦୀପିକାଙ୍କୁ ଆପଣମାନଙ୍କ ସାମ୍ନାକୁ ଆଣିବି।’