ମୁମ୍ବାଇ: ଶେ‌ଷରେ ମାତୃତ୍ବ ଲାଭ କରିଛନ୍ତି  ଟେଲି ଅଭିନେତ୍ରୀ ଦୀପିକା କକ୍କର ଇବ୍ରାହିମ୍। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଦୀପିକା ଓ ତାଙ୍କ ସ୍ବାମୀ ସୋଏବ ଏବେ ସୁଖୀ ବୈବାହିକ ଜୀବନ ବିତାଉଛନ୍ତି। ଏକଥା କହିବା ଆଦୌ ଭୁଲ୍‌ ହେବ ନାହିଁ ‌ଯେ ସୋଏବ ଓ ଦୀପିକା ପରସ୍ପରଙ୍କ ପାଇଁ ହିଁ ବନିଛନ୍ତି। ସୋସିଆଲ୍‌ ମିଡିଆରେ ଦୁହେଁ ଦୁହିଁଙ୍କ ଉପରେ ପ୍ରେମ ଜାହିର କରିବାର ସୁଯୋଗ କେବେ ବି ହାତଛଡ଼ା କରନ୍ତି ନାହିଁ।

Advertisment

ସୋଏବଙ୍କୁ ଜୀବନରେ ପାଇବ‌ା ପରେ ଦୀପିକାଙ୍କ ଖୁସି କହିଲେ ନସରେ। ହେ‌ଲେ ଦୀପିକାଙ୍କୁ ଏହି ଖୁସି ତାଙ୍କ ପୂର୍ବ ବିବାହରେ ମିଳିନଥିଲା। ତାଙ୍କ ଜୀବନରେ ଗୋଟ‌ାଏ ସମୟ ଏପରି ବି ଥିଲା, ଯେବେ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ।

୨୦୧୧ ମସିହାରେ ଦୀପିକାଙ୍କ ବିବାହ ରୌନକଙ୍କ ସହ ହୋଇଥିଲା। ସେ ବୃତ୍ତିରେ ଜଣେ ପାଇଲଟ୍‌ ଥିଲେ। ସେମାନଙ୍କ ବିବାହ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲି ପାରିନଥିଲା। ୨୦୧୫ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇ ଯାଇଥିଲା।

ଦୀପିକାଙ୍କ ବିବାହ ଭାଙ୍ଗିବାର ଅନେକ କାରଣ ସାମ୍ନାକୁ ଆସିଥିଲା। ଶୁଣିବାକୁ ମିଳୁଥିଲା ଯେ ‘ଶଶୁରାଲ୍‌ ସିମର୍‌ କା’ ସୁଟିଂ ସେଟ୍‌ରେ ସୋଏବ୍‌ ଓ ଦୀପିକାଙ୍କ ନିବିଡ଼ତା ବଢ଼ିବା ନେଇ ଦୀପିକାଙ୍କର ତାଙ୍କ ସ୍ବାମୀଙ୍କ ସହ ଫାଟ ସୃଷ୍ଟି ହୋଇଥିଲା।

ହେଲେ ଦୀପିକା ଏକ ସାକ୍ଷାତ୍‌କାରରେ କହିଥିଲେ କି ସେ ଏକ ଖରାପ ପରିସ୍ଥିତି ଦେଇ ଗତି କରୁଥିଲେ। ଯେଉଁ ସଂପର୍କରୁ ବାହାରକୁ ବାହାରିବା ପାଇଁ ତାଙ୍କ ବାପାମାଆଙ୍କ ସହ ସୋଏବ ବି ଖୁବ୍ ସାହାଯ୍ୟ କରିଥିଲେ।