ମା’ ହେବାକୁ ଯାଉଥିବା ଦୀପିକା ବଖାଣିଲେ ନିଜ ଦୁଃଖ

ମୁମ୍ଵାଇ: ଟେଲି ଅଭିନେତ୍ରୀ ଦୀପିକା କକ୍କଡ ସୋଏବ ଇବ୍ରାହିମଙ୍କୁ ବିବାହ କରିବା ପରେ ବେଶ ଖୁସିରେ ଜୀବନ କାଟୁଛନ୍ତି। ଇତିମଧ୍ୟରେ ସେ ମା’ ହେବେ ବୋଲି ଖୁସି ଖବର ଦେଇଥି‌ଲେ। ଖୁବକମ ଦିନ ମଧ୍ୟରେ ତାଙ୍କ କୋଳ ପୂରି ଉଠିବ। ସୋଏବ ଓ ଦୀପିକାଙ୍କ ଘରକୁ ନୂଆ ଅତଥିଙ୍କ ଆଗମନ ହେବ।

ଏହି କ୍ରମରେ ଦୀପିକା ତାଙ୍କ ପିଲାଦିନର କଷ୍ଟକୁ ମନେ ପକାଇଛନ୍ତି। ଆଉ କହିଛନ୍ତି, ‘‌ମୋର ପିଲାଦିନ ବହୁତ କଷ୍ଟରେ କଟିଛି। ଘରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିଲା। ମୁଁ ଏଥିପାଇଁ ମୋ ବାପା ଓ ମା’ଙ୍କୁ ଦୋଷ ଦେଉନାହିଁ। ସେମାନେ ମୋର ସବୁ ଇଚ୍ଛା ପୂରଣ କରିଛନ୍ତି। କିନ୍ତୁ ଘରେ ଶାନ୍ତି ନଥିଲା। ଯାହାର ପ୍ରଭାବ ମୋ ଉପରେ ପଡ଼ୁଥିଲା। ତେଣୁ ଅଧିକାଂଶ ସମୟରେ ମୁଁ କାହାକୁ କିଛି ନକହି ଚୁପ ରହି ଯାଇଥାଏ। ଆଉ ବେଶୀ ସାଙ୍ଗସାଥୀଙ୍କ ସହ ବି ମିଶୁ ନଥିଲି। କାରଣ ସେମାନେ ମୋ ପରିବ‌ାରକୁ ନେଇ ମଜାକ ଉଡ଼ାଉଥିଲେ। ଆଜି ବି ମୋ ବାପା ଓ ମା’ଙ୍କୁ ସାମ୍ମାନ କରେ।

ପିଲାଟି ଦିନରୁ ମୋର ଗୋଟେ ସ୍ବପ୍ନ ଥିଲା କି ମୁଁ ଏମିତି ଏକ ଘର ତିଆରି କରିବି ଯେଉଁଥିରେ ସମ୍ପର୍କ ଥିବ, ଖୁସି ଥିବ, ସ୍ନେହ ଥିବ….ଯାହାକୁ ସୋଏବ ମୋ ଜୀବନକୁ ଆସି ପୂରା କରିଛନ୍ତି। ଏଥିପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଗକୁ ମୋ ଖୁସି ଦ୍ବିଗୁଣିତ ହେବ‌ାକୁ ଯାଉଛି। କାରଣ ମୁଁ ମା’ ହେବାକୁ ଯାଉଛି।’

ସମ୍ବନ୍ଧିତ ଖବର