ଅଭିନୟ ଛାଡ଼ି ଗୃହିଣୀ ହେବେ ଦୀପିକା, ଗର୍ଭବତୀ ହେବା ପରେ ସ୍ବାମୀଙ୍କୁ ଜଣାଇଲେ ଇଚ୍ଛା

ମୁମ୍ବାଇ: ଅଭିନୟ ଛାଡ଼ି ଗୃହିଣୀ ହେବେ ଟେଲି ଅଭିନେତ୍ରୀ ଦୀପିକା କକ୍କର ଇବ୍ରାହିମ୍। ଗର୍ଭବତୀ ହେବା ପରେ ସ୍ବାମୀ ଶୋଏବ ଇବ୍ରାହିମଙ୍କୁ ଜଣାଇଲେ ଇଚ୍ଛା। ଟିଭି ସୋ ‘ସସୁରାଲ୍ ସିମର କା’ରୁ ଅଭିନୟରେ ଡେବ୍ୟୁ କରିଥିବା ଜଣାଶୁଣା ଅଭିନେତ୍ରୀ ଦୀପିକା ଏବେ ଅଭିନୟ ଛାଡିବାକୁ ଚାହୁଥିବା ଜଣାପଡ଼ିଛି। ‘ଟେଲି ଚକ୍କର’ର ଏକ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଅଭିନୟ ଛାଡି ସମସ୍ତ ଧ୍ୟାନ ତାଙ୍କ ପରିବାର ଏବଂ ଜନ୍ମ ହେବାକୁ ଥିବା ଶିଶୁ ଉପରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ଦୀପିକା ଏବଂ ତାଙ୍କ ସ୍ୱାମୀ ଶୋଏବ ଇବ୍ରାହିମ ଘୋଷଣା କରିଥିଲେ ଯେ ସେମାନେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି।

ଏବେ ଦୀପିକା କକ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ତାଙ୍କ ଅଭିନୟ କ୍ୟାରିୟର ଛାଡିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ‘ମୁଁ ଗର୍ଭଧାରଣର ଏହି ପର୍ଯ୍ୟାୟକୁ ଉପଭୋଗ କରୁଛି ଏବଂ ମୋର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛି। ମୋର ଉତ୍ସାହ ଏକ ଭିନ୍ନ ସ୍ତରରେ ପହଞ୍ଚିଛି। ମୁଁ ବହୁତ କମ୍ ବୟସରେ କାମ କରିବା ଆରମ୍ଭ କରିଥିଲି ଏବଂ ୧୦-୧୫ବର୍ଷ ପର୍ଯ୍ୟନ୍ତ ନିରନ୍ତର କାମ କଲି। ମୋର ଗର୍ଭଧାରଣ ଯାତ୍ରା ଆରମ୍ଭ ହେବା ମାତ୍ରେ ମୁଁ ଶୋଏବଙ୍କୁ କହିଥିଲି ଯେ ମୁଁ ଆଉ କାମ କରିବାକୁ ଚାହେଁ ନାହିଁ ଏବଂ ଅଭିନୟ ଛାଡିବାକୁ ଚାହେଁ। ମୁଁ ଜଣେ ଗୃହିଣୀ ଏବଂ ମା’ ଭାବରେ ଜୀବନ ବଞ୍ଚିବାକୁ ଚାହେଁ।

ଦୀପିକା ଏବେ ୟୁଟ୍ୟୁବ ବ୍ଲଗର ପାଲଟିଥିବା ବେଳେ ନିଜ ପ୍ରତିଦିନର ଖବର ନିଜ ପ୍ରଶଂସକଙ୍କୁ ଦିଅନ୍ତି। ଗର୍ଭବତୀ ହେବା ପରେ ଦୀପିକା ଅଭିନୟ ଛାଡ଼ିଥିଲେ ବି ବ୍ଲଗିଂ କରିବା ଜାରି ରଖିଛନ୍ତି। ମା’ ହେବା ପରେ ‌ସେ ଅଭିନୟ ନକଲେ ବି ବ୍ଲଗିଂ ଜାରି ରଖି‌ବେ ବୋଲି ତାଙ୍କ ପ୍ରଶଂସକ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର