ନୂଆଦିଲ୍ଲୀ: ଜୁନ ୨୧ ତାରିଖରେ ଦୀପିକା କକ୍କଡ଼ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ ପ୍ରିମ୍ୟାଚୁଅର ସନ୍ତାନ ହୋଇଥିଲା। ଏବେ ବି ଦୀପିକାଙ୍କ ସନ୍ତାନ ହସ୍ପିଟାଲରେ ରହିଛି। ଖୁସିର କଥା କି ଦୀପିକାଙ୍କ ନବଜାତ ଏବେ ଏନଆଇସିୟୁରୁ ବାହାରି ଆସିଛି। ନବଜାତ ଏବେ ଡାକ୍ତରଙ୍କ ନୀରିକ୍ଷଣରେ ରହିଛି। କିଛିଦିନ ଡାକ୍ତରଙ୍କ ନୀରିକ୍ଷଣରେ ରହିବା ପରେ ଯାଇ ନବଜାତକୁ ହସ୍ପିଟାଲରୁ ଛୁଟି ମିଳିବ।
ସୋଏବ ବ୍ଲଗରେ କହିଛନ୍ତି, ‘ ପୁଅ ଡାକ୍ତରଙ୍କ ନୀରିକ୍ଷଣରେ ଥିବାରୁ ଆମେ ହସ୍ପିଟାଲରୁ କିଛି ଦୂରରେ ଏକ ଘର ଭଡ଼ାରେ ନେଇଛୁ। ଏହାଦ୍ବାରା ଦୀପିକା ଓ ମୁଁ ପୁଅକୁ ସହଜରେ ଦେଖିପାରିବୁ। ଯେପର୍ଯ୍ୟନ୍ତ ପୁଅକୁ ହସ୍ପିଟାଲରୁ ଛୁଟି ମିଳିନାହିଁ ଦୀପିକା ଓ ମୁଁ ଏହି ଭଡ଼ା ଘରେ ହିଁ ରହିବୁ। ଘରକୁ ଆମ ପୁଅ ସହିତ ହିଁ ପ୍ରବେଶ କରିବୁ।
ପୁଅ ଡାକ୍ତରଙ୍କ ନୀରିକ୍ଷଣରେ ରହିବା ଦିନ ଠାରୁ ଆମେ ଦୁହେଁ ଦିନକୁ ଅନେକ ଥର ହସ୍ପିଟାଲକୁ ଯାଇଥାଉ। କାରଣ ପୁଅକୁ ଦୀପକା ସ୍ତନପାନ କରାଇବାର ଥାଏ। ତେବେ ଅନ୍ୟ ସମୟରେ କିଛି ବି କାରଣ ନଥିଲେ ବି ସିକ୍ୟୁରିଟି ଗାର୍ଡଙ୍କୁ ଅନୁରୋଧ କରି ଆମେ ଦୁହେଁ ହସ୍ପିଟାଲ ଭିତରକୁ ପଳାଇ ଯାଇଥାଉ। ଯେଉଁଥିପାଇଁ ସେ ବି ଆମ ଉପରେ ବିରକ୍ତ ହୁଅନ୍ତି।ତେବେ ପୁଅ ଶୀଘ୍ର ଶୀଘ୍ର ସୁସ୍ଥ ହେଉଛି। ଖୁବଶୀଘ୍ର ଆମେ ପୁଅକୁ ନେଇ ଘରକୁ ଯିବୁ। ଘରକୁ ଗଲେ ହଁ ପୁଅର ନାମ ଜଣାଇବୁ। ଏବେ ଦୀପିକା ଓ ମୁଁ ପୁଅକୁ ଛୋଟୁ ବୋଲି ଡାକୁଛୁ।’