ମୁମ୍ବାଇ: ‘ଶଶୁରାଲ୍ ସିମର୍ କା’ ଅଭିନେତ୍ରୀ ଦୀପିକା କକ୍କର ମାଆ ବନିବାକୁ ଯାଉଛନ୍ତି। ତେବେ ସେ ଗର୍ଭବତୀ ଥିବା ସମୟରେ କିପରି ନିଜର ଯତ୍ନ ନେଉଛନ୍ତି ତାହା ନିକଟରେ ପ୍ରକାଶ କରିଛନ୍ତି।
ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର ଓ ତାଙ୍କ ସ୍ବାମୀ ସୋଏବ ଇବ୍ରାହିମ୍ ଜାନୁଆରିରେ ଏହି ଖୁସି ଖବର ଦେଇଥିଲେ। ଗର୍ଭଧାରଣ କରିବା ପରେ ପ୍ରଥମରୁ ଦୀପିକାଙ୍କ ସ୍ବାସ୍ଥ୍ୟାବସ୍ଥା ପୂରା ଠିକ୍ ନଥିଲା। ପରେ ସେ ଡାଏଟ୍ ଫଲୋ କରି ସବୁକିଛି ଠିକ୍ କରି ଦେଇଛନ୍ତି।
ସେ ଗର୍ଭବତୀ ଅଛନ୍ତି ବୋଲି ଜାଣିବା ପରେ ପୂରା ୩ ମାସ ପର୍ଯ୍ୟନ୍ତ ବିଶ୍ରାମ ନେଇଥିଲେ। ଏହି ସମୟରେ ସେ କେବଳ ଘରେ ତିଆରି ହେଉଥିବା ଖାଦ୍ୟ ଖାଉଥିଲେ। ତେବେ ସେ ସମୟରେ ତାଙ୍କୁ ଖୁବ୍ ଅଧିକ ଚଲାବୁଲା କରିବାକୁ ବି ଡାକ୍ତର ମନା କରିଥିଲେ।
ତାଙ୍କର ଏହି ସମୟରେ ସେ କେବଳ ଫଳ, ଡ୍ରାଏଫ୍ରୁଟ୍ ଓ ବାଦାମ ଆଦି ଖାଉଥିଲେ। ଏହା ସହିତ ସେ ପ୍ରତିଦିନ ୨ଟି ଖଜୁରି ବି ଖାଇଥାନ୍ତି। ତେବେ ଗର୍ଭଧାରଣର ୩ ମାସ ପରେ ସେ ଟିକେ ଟିକେ ଜଙ୍କ୍ ଫୁଡ୍ ଖାଉଥିଲେ।
ସେ ଆହୁରି ବି କହିଛନ୍ତି ଯେ ଅଟା ଓ ଗହମ ଖାଇବାରୁ ତାଙ୍କର ଏସିଡିଟି ହେଉଥିବାରୁ ସେ ଯଅ ଓ ବାଜରାର ରୁଟି ଖାଇଥାନ୍ତି। ସେ ତାଙ୍କ ଘର ପାଖରେ ଟିକେ ଟିକେ ଚାଲୁଥିଲେ ଓ ଟ୍ରେଡ୍ମିଲ୍ରେ ଜିମିଂ ବି କରୁଥିଲେ। ତେବେ ଷ୍ଟ୍ରେଚିଂ ବି ସେ କରୁଥିବା କଥା କହିଛନ୍ତି।
ଏଇ ମାତ୍ର କିଛି ଦିନ ମଧ୍ୟରେ ଦୀପିକାଙ୍କ ଡେଲିଭରି ହେବାକୁ ଥିବା ବେଳେ ହସ୍ପିଟାଲ୍ ଯିବାକୁ ସ୍ବାମୀ ସୋଏବ ବ୍ୟାଗ୍ ପ୍ୟାକ୍ କରୁଥିବାର ଦେଖିବାକୁ ମିଳିଛି।