ମୁମ୍ବାଇ: ଅଭିନୟ ଛାଡ଼ି ଗୃହିଣୀ ହେବେ ଟେଲି ଅଭିନେତ୍ରୀ ଦୀପିକା କକ୍କର ଇବ୍ରାହିମ୍! ଗର୍ଭବତୀ ହେବା ପରେ ‘ସସୁରାଲ୍ ସିମର କା’ରୁ ଅଭିନୟରେ ଡେବ୍ୟୁ କରିଥିବା ଜଣାଶୁଣା ଅଭିନେତ୍ରୀ ଦୀପିକା ଏବେ ଅଭିନୟ ଛାଡିବାକୁ ଚାହୁଥିବା ଶୁଣିବାକୁ ମିଳୁଛି। ହେଲେ ଏହି ଖବର ଏବେ ଗଣମାଧ୍ୟମରେ ଚର୍ଚ୍ଚା ବିଷୟ ପାଲଟିଥିବା ବେଳେ ଦୀପିକା ଏ ନେଇ ତାଙ୍କର ମତ ରଖିଛନ୍ତି।
ସେ ଏପରି ଏକ ଖବରକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି ଏହା ସବୁ ହେଉଛି ବେକାର କଥା। ତାଙ୍କର ଅଭିନୟ ଛାଡ଼ିବାର କୌଣସି ଯୋଜନା ନାହିଁ। ସେ ଏବେ ଗର୍ଭବତୀ ଥିବା କାରଣରୁ କିଛି ଦିନ ପାଇଁ ବିରତି ନେଇଛନ୍ତି। ଏବେ ଦୀପିକା ନିଜର ଗର୍ଭାବସ୍ଥାକୁ ଉପଭୋଗ କରୁଛନ୍ତି।
ଦୀପିକା ଗଣମାଧ୍ୟମରେ ନିଜର ପକ୍ଷ ରଖି କହିଛନ୍ତି କି ‘ମୋ କଥାକୁ ଭୁଲ୍ ଭାବେ ଉପସ୍ଥାପିତ କରାଯାଉଛି। ମୋର କହିବାର ଉଦ୍ଦେଶ୍ୟ ଥିଲା କି ମୁଁ ଗୃହିଣୀ ବନିବାକୁ ଚାହିୁଁଥିଲି। ସୋଏବ ଅଫିସ୍ ଗଲା ବେଳେ ତାଙ୍କ ପାଇଁ ଜଳଖିଆ ବନାଇବାରୁ ଘର ସମ୍ଭଳିବାକୁ ଚାହୁଁଥିଲି। ମାତ୍ର ଏହାର ମାନେ ନୁହେଁ ଯେ ମୁଁ ଆଉ କମ କରିବି ନାହିଁ।’
‘ଟେଲି ଚକ୍କର’ର ଏକ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଅଭିନୟ ଛାଡି ସମସ୍ତ ଧ୍ୟାନ ତାଙ୍କ ପରିବାର ଏବଂ ଜନ୍ମ ହେବାକୁ ଥିବା ଶିଶୁ ଉପରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ଏହାପୂର୍ବରୁ ଦୀପିକା ଏବଂ ତାଙ୍କ ସ୍ୱାମୀ ସୋଏବ ଇବ୍ରାହିମ ଘୋଷଣା କରିଥିଲେ ଯେ ସେମାନେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି।