ଏସିଡ ପୀଡିତାଙ୍କ ଭୂମିକାରେ ନଜର ଆସିବେ ଦୀପିକା ପାଦୁକନ

ମୁମ୍ବାଇ: ଏସିଡ୍ ଆକ୍ରମଣ କାହାଣୀକୁ ନେଇ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ହିନ୍ଦୀ ଚଳଚ୍ଚିତ୍ର ‘ଛପାକ’ । ଯେଉଁଥିରେ ଜଣେ ଏସିଡ ଆକ୍ରମଣର ଶିକାର ହୋଇଥିବା ଜଣେ ପୀଡିତାଙ୍କ ଭୂମିକାରେ ନଜର ଆସିବେ ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକନ | ସିନେମାର ପ୍ରଥମ ଟ୍ରେଲର ଏବେ ରିଲିଜ ହୋଇଛି । ଫିଲ୍ମଟି ଏସିଡ ଆକ୍ରମଣର ଶିକାର ହୋଇଥିବା ସରଭାଇବର ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀକୁ ନେଇ ଗତିଶୀଳ ହୋଇଛି । ଯେଉଁ ଚରିତ୍ରକୁ ପରଦାରେ ତୁଲାଇଛନ୍ତି ଦୀପିକା ପାଦୁକନ ।


ସିନେମାରେ ଦୀପିକାଙ୍କ ଚରିତ୍ରର ନାମ ରହିଛି ମାଲତି । ରିଲିଜ୍ ହୋଇଥିବା ଅଢେଇ ମିନିଟର ଟ୍ରେଲରରେ କୌଣସି ଡାଏଲଗକୁ ସ୍ଥାନ ଦିଆଯାଇନି । କେବଳ କିଛି ପ୍ରଭାବଶାଳୀ ଦୃଶ୍ୟକୁ ହିଁ ଟ୍ରେଲରରେ ସ୍ଥାନ ଦିଆଯାଇଛି । ଅନେକ ସଂଘର୍ଷ ଆଉ ବାଧା ବିଘ୍ନଙ୍କୁ ସାମ୍ନା କରି କିପରି ମାଲତି ଜୀବନରେ ସଫଳତା ପାଏ ତାହାକୁ ପରଦାରେ ଦେଖାଇବେ ଦୀପିକା ।

ସତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ଛପାକ୍’ର ନିର୍ଦ୍ଦେଶନା ମେଘନା ଗୁଲଜାର ତୁଲାଇଥିବାବେଳେ, ପ୍ରଯୋଜନା କରୁଛନ୍ତି ଦୀପିକା ପାଦୁକନ । ଏହି ସିନେମା ଜରିଆରେ ପ୍ରଯୋଜନା ମଇଦାନରେ ବି ପାଦ ରଖିବାକୁ ଯାଉଛନ୍ତି ଦୀପିକା । ୧୦ ଜାନୁୟାରୀ ୨୦୨୦ରେ ପରଦାକୁ ଏହି ଫିଲ୍ମ ଆସିବ ।

ସମ୍ବନ୍ଧିତ ଖବର