ନୂଆଦିଲ୍ଲୀ: ସିନେମା ‘ଆଦିପୁରୁଷ’ର ସଂଳାପକୁ ନେଇ ବିଭିନ୍ନ ବିବାଦ ଦେଖା ଦେଇଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ ଓ ରାଜନେତାମାନେ ସିନେମାରେ ବ୍ୟବହୃତ ସଂଳାପକୁ ନେଇ ବିରୋଧ କରିଛନ୍ତି। ରାମାନନ୍ଦ ସାଗରଙ୍କ ରାମାୟଣରେ ଅଭିନୟ କରିଥିବା ଅନେକ କଳାକାର ‘ଆଦିପୁରୁଷ’ ସିନେମାକୁ ବିରୋଧ କରି ନିଜନିଜ ବୟାନ ରଖିଥିବା ବେଳେ ମହାଭାରତରେ ଭୀଷ୍ମ ଭୂମିକାରେ ଅଭିନୟ କରିଥିବା ମୁଖେଶ ଖନ୍ନା ବି ନିଜ ମତ ରଖିଛନ୍ତି।
ମୁକେଶ ଖନ୍ନା କହିଛନ୍ତି, ‘ମୁଁ ଆଦିପୁରୁଷ ସିନେମା ଦେଖିନାହିଁ। କି ଦେଖିବା ଜରୁରୀ ଭାବୁନାହିଁ। କିଛି ଜିନିଷ ଏମିତି ଥାଏ କି ଯାହାକୁ ନେଇ ଏତେ ନକରାତ୍ମକ ଭାବନା ସୃଷ୍ଟି ହୋଇଥାଏ କି ତାହାକୁ ଦେଖିବା ନଦେଖିବା ସହିତ ସମାନ । ମୁଁ ଏମିତି ଖରାପ ସିନେମା ଦେଖିବା ପାଇଁ ଚାହେଁ ନାହିଁ। ‘ଆଦିପୁରୁଷ’କୁ ନେଇ କୁହାଯାଉଛି ଯେ ଏଥିରେ କମେଡ଼ି ଭର୍ତ୍ତି ରହିଛି। ମୋ କହିବାର ଅର୍ଥ ରାମାୟଣକୁ କ’ଣ କମେଡ଼ି କରି ରଖି ଦେଇଛନ୍ତି।’
ଏଥିସହିତ ମୁଖେଶ ଖନ୍ନା କହିଛନ୍ତି କି ନସିରୁଦ୍ଦିନ ଶାହଙ୍କ ଏକ ପ୍ରତିକ୍ରିୟା ଦେଇ କହିଥିଲେ କି, ମୁସଲମାନଙ୍କ ବିରୋଧରେ ଘୃଣା ଭାବ ସୃଷ୍ଟି ପାଇଁ ଏପରି ଏଜେଣ୍ଡା ପ୍ରସ୍ତୁତ କରାଯାଉଛି । ଏହା ପଛରେ ଶାସକ ଦଳର ହାତ ରହୁଛି। ସମାଜରେ ମୁସଲମାନଙ୍କ ପ୍ରତି ଘୃଣା ଭାବ ଏବେ ଏକ ପ୍ରକାର ଫ୍ୟାସନରେ ପରିଣତ ହୋଇଗଲାଣି। ମୁସଲମାନ ସୁରକ୍ଷିତ ନୁହନ୍ତି। ’ ଏହାକୁ ନେଇ ମୁଁ କହିବି ଏଠାରେ ଶହେ କୋଟିରୁ ଅଧିକ ହିନ୍ଦୁ ଥିଲେ ବି ସେମାନେ ସୁରକ୍ଷିତ ନୁହନ୍ତି। ସୁରକ୍ଷା ପାଇଁ ହିନ୍ଦୁଙ୍କ ଭିତରେ ଏକତା ଆବଶ୍ୟକ ରହିଛି। ମୋ ଦୃଷ୍ଟିରେ ମୁଁ ଏହି ଏକତା ଦେଖି ପାରୁନାହିଁ।’