ବର୍ତ୍ତମାନର ରାଜନୀତିକୁ ନେଇ ଅନୁରାଗ କଶ୍ୟପଙ୍କ ବଡ଼ ବୟାନ: ଘୃଣାର ରାଜନୀତି ଶେଷ ହେଉ, ମୋଦୀଙ୍କଠାରୁ ଅନେକ ଗୁଣରେ ଭଲ ଗଡ଼କରୀ

ମୁମ୍ବାଇ : ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଦେଖି ନିଜର ବୟାନ ରଖିଛନ୍ତି । ପୂର୍ବରୁ ସେ ବିଜେପି ସରକାର ଏବଂ ମୋଦୀଙ୍କ ବିରୋଧୀ ବୋଲି ସ୍ପଷ୍ଟ କରି ସାରିଥିବା ବେଳେ ଏବେ ସେ ନୀତିନ ଗଡକରୀ ମୋଦୀଙ୍କଠାରୁ ଅନେକ ଗୁଣରେ ଭଲ ବୋଲି କହିଛନ୍ତି । ଦେଶରେ ଏବେ ଲୋକସଭା ନିର୍ବାଚନର ମାହୋଲ ଥିବା ବେଳେ ଦେଶର ବଡ଼ ବଡ଼ ନେତା ଏବଂ କଳାକାରମାନେ ସୋସିଆଲ ମିଡିଆ ଜରିଆରେ ନିଜ ନିଜର ମତ ରଖୁଥିବା ଦେଖା ଯାଇଛି । ଏ ମଧ୍ୟରେ ନିଜର ମତ ରଖି ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ।

ଟୁଇଟ୍‌ କରି ସେ କହିଛନ୍ତି, “ବିଜେପି ଭିତରେ ହିଁ ମୋଦୀଙ୍କର ବିକଳ୍ପ ରହିଛି । ବାହାରେ ଖୋଜିବାର ଆବଶ୍ୟକ ନାହିଁ । ମୋଦୀଙ୍କ ସ୍ଥାନରେ ଆମେ ଗଡକରୀଙ୍କୁ ଦାୟିତ୍ୱ ଦେଇ ପାରିବା । ଏବେକା ରାଜନୀତି ଭ୍ରଷ୍ଟ ହୋଇଗଲାଣି । ଭ୍ରଷ୍ଟାଚାର ଏତେ ବଢ଼ିଗଲାଣି କି ସେଥିରୁ ବାହାରିବା କଷ୍ଟ । କିନ୍ତୁ ଏବେ ବି ଆମେ ଘୃଣାର ରାଜନୀତିରୁ ମୁକ୍ତି ପାଇ ପାରିବା । ଏ ସବୁ ମଇଳାକୁ ସଫା କରିବା ପାଇଁ ଗଠବନ୍ଧନ ସରକାର ତିଆରି କରିବାକୁ ହେବ” ବୋଲି ଲେଖିଥିଲେ ଅନୁରାଗ କଶ୍ୟପ ।

ସମ୍ବନ୍ଧିତ ଖବର