ନୂଆଦିଲ୍ଲୀ: ଗତ ଶୁକ୍ରବାର ବଲିଉଡର ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ତୋରବାଜ’ ନିର୍ଦ୍ଦେଶକ ଗିରିଶ ମଲିକଙ୍କ ୧୭ବର୍ଷର ପୁଅ ମନନ ପଞ୍ଚମ ମହଲାରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଆଜି ତାଙ୍କ ପୋଷ୍ଟମର୍ଟନ ରିପୋର୍ଟ ଆସିଛି। ପୋଷ୍ଟମର୍ଟନ ରିପୋର୍ଟରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମନନଙ୍କର ଶେଷକୃତ୍ୟ ଦିଲ୍ଲୀରେ ସମ୍ପର୍ଣ୍ଣ ହେବ।
ଏହି ଘଟଣାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ମଦ ପିଇବା ଘଟଣାକୁ ନେଇ ନିର୍ଦ୍ଦେଶକ ଗିରିଶ ମଲିକ ଓ ପୁଅ ମନନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ପୁଅ ରାଗି ଯାଇ ଘରର ପଞ୍ଚମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ମୁମ୍ବାଇର କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଗିରିଶ ମଲିକଙ୍କ ଘର ମୁମ୍ବାଇର ଅନ୍ଧେରି ଅଞ୍ଚଳସ୍ଥିତ ଓବେରୋଇ ସ୍ପ୍ରିଙ୍ଗ୍ସ ନାମକ କୋଠାରେ ରହିଛି। ଯାହାକି ଫେମ ଆଡଲାବ୍ସ ସାମ୍ନାରେ ଅବସ୍ଥିତ। ମନନ୍ ଏହି ବିଲ୍ଡିଂର ଏ-ୱିଙ୍ଗରେ ରହୁଥିଲେ।
ଗିରିଶ ମଲିକଙ୍କ ପାର୍ଟନର ଥିବା ପୁନିତ୍ ସିଂ ସୂଚନା ଦେଇ କହିଥିଲେ, ‘ଗିରିଶ ମଲିକଙ୍କ ପୁଅ ଆଉ ଏ ଦୁନିଆରେ ନାହାଁନ୍ତି । ଏହି ସମୟରେ ମୁଁ କହିବା ପରିସ୍ଥିତିରେ ନାହିଁ କି ବାସ୍ତବରେ କ’ଣ ଘଟିଥିଲା।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Untitled-design-2-7.jpg)