#ମିଠୁ: ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଉପରେ ଲାଗିଲା ଅଭିଯୋଗ

ମୁମ୍ବାଇ: #ମିଠୁ ଅଭିଯାନ ଗତ କିଛି ଦିନ ହେବ ଥମି ଯାଇଥିବା ବେଳେ ଏବେ ପୁଣି ଏକ ଅଭିଯୋଗ ମୁଣ୍ଡ ଟେକିଛି। ଅଭିଯୋଗ ଆସିଛି ବଲିଉଡ୍‌ର ନାମକରା ସିନେ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଉପରେ। ଅଭିଯୋଗ ଆଣିଛନ୍ତି ହିରାନୀଙ୍କର ଜଣେ ଆସିଷ୍ଟାଣ୍ଟ୍‌। ଏହି ମହିଳା ଜଣକ ୨୦୧୮ ମସିହା ମାର୍ଚରୁ ସେପ୍ଟେମ୍ବର ମାସ ମଧ୍ୟରେ ହିରାନୀଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇ ଆସୁଛନ୍ତି ବୋଲି ଜଣାଇଛନ୍ତି। ‘ସଞ୍ଜୁ’ ଚଳଚ୍ଚିତ୍ର ସୁଟିଂ ସେଟ୍‌ରେ ଏପରି ଘଟିଥିଲା ବୋଲି ମହିଳା ଜଣକ ଅଭିଯୋଗ ଆଣିଥିଲେ।

 

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ମହିଳାଙ୍କ କହିବା ଅନୁଯାୟୀ ଟିମ୍‌ର ପୋଷ୍ଟ୍‍ ପ୍ରଡକ୍‌ସନ୍‌ କାମ ଚାଲିଥିବା ସମୟରେ ରାଜକୁମାର ହିରାନୀ ତାଙ୍କ ସହ ଅସଦାଚରଣ କରିଥିଲେ। ସେ ବିରୋଧ କରିବାରୁ ହିରାନୀ ତାଙ୍କୁ ଚଳଚ୍ଚିତ୍ରରୁ କାଢ଼ି ଦେବାର ଧମକ ମଧ୍ୟ ଦେଇଥିଲେ। ପୀଡ଼ିତା ନିଜ ଚାକିରି ବଞ୍ଚାଇବାକୁ ଚାହୁଁଥିବାରୁ ହିରାନୀଙ୍କୁ ପ୍ରତିବାଦ କରିନଥିଲେ ବୋଲି କହିଛନ୍ତି। ମାତ୍ର ହିରାନୀ ଏହି ଅଭିଯୋକୁ ଖଣ୍ଡନ କରି ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର