ପଦ୍ମଶ୍ରୀ ଶିଶିର ମିଶ୍ର ଏହି ସିନେମାରୁ ଓହରି ଯାଇଥିଲେ

ଚଳିତବର୍ଷ କେନ୍ଦ୍ର ସରକାର ଜଣେ ଓଡ଼ିଆ ସିନେ ନିଦ୍ଦେର୍ଶକଙ୍କୁ ପନ୍ଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି । ସେ ହେଲେ ଓଲିଉଡ୍‌ ଓ ବଲିଉଡ୍‌ର ଜଣାଶୁଣା ନିଦ୍ଦେର୍ଶକ ଶିଶିର ମିଶ୍ର ।

ଶିଶିର ମିଶ୍ର ଏଭଲି ଜଣେ ନିର୍ଦ୍ଦେଶକ ଯିଏକି କେତେକ ପ୍ରଯୋଜନା ସଂସ୍ଥାର ପ୍ରଥମ ସିନେମାରେ କାମ ଅରମ୍ଭ କରିଥିଲେ ବି ପରବର୍ତ୍ତୀ ମୁହୂର୍ତ୍ତରେ ସେଥିରୁ ଓହରି ଯାଇଥିଲେ ବା ସେ ଫିଲ୍ମରେ କାମ ଆଗେଇ ନଥିଲେ , ଯେଉଥିପାଇଁ ସେ ସମାଲୋଚିତ ହୋଇଥିଲେ ।

ଓଡିଆ ଚଳଚ୍ଚିତ୍ର ନିର୍ମାଣ ଯେତେବେଳେ ବେଗ ଧରିନଥିଲା , ସେତେବେଲେ କଟକର ମିଶ୍ର ବ୍ରଦର୍ସ କ୍ରମାଗତ ଭାବେ ଓଡିଶା ଛବି ପ୍ରଯୋଜନା କରିଥିଲେ । ଏହି ପ୍ରଯୋଜନା ସଂସ୍ଥା ଅତୀତରେ ‘କୋଟିଏ ମଣିଷ ଗୋଟିଏ ଜଗା’ , ‘ଠାକୁର ଅଛନ୍ତି ଚଉ ବାହାକୁ’ , ‘ରୁପା ଗାଁର ସୁନା କିନିଆଁ’ ଭଳି ବହୁ ଲୋକପ୍ରିୟ ଓଡ଼ିଆ ସିନେମା ନିର୍ମାଣ କରିଛି । ହେଲେ ଆପଣ କ’ଣ ଜାଣନ୍ତିି ମିଶ୍ର ବ୍ରଦର୍ସ ୧୯୮୫ ମସିହାରେ ପ୍ରଥମେ , ‘ଜୀବନ ମୃତ୍ୟୁ’ ଟାଇଟେଲରେ ଏକ ଓଡିଆ ଛବିର ନିର୍ମାଣ ଲାଗି ଅଣ୍ଟା ଭିଡିଥିଲେ । ଏହାର କହାଣୀ ଲେଖିଥିଲେ ପ୍ରଖ୍ୟାତ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ । ଏହି ଫିଳ୍ମର ନିଦ୍ଦେର୍ଶନା ଦ୍ୱାୟିତ୍ୱ ବହନ କରିଥିଲେ ଶିଶିର ମିଶ୍ର । କିନ୍ତୁ ସ୍କ୍ରିନ୍‌ ପ୍ରସ୍ତୁତ ପରେ ଏହି ପ୍ରଜେକ୍ଟରୁ ଓହରି ଯାଇଥିଲେ ନିଦ୍ଦେର୍ଶକ , ଯେଉଁଥିପାଇଁ ଏହା ନିର୍ମିତ ହୋଇ ପାରିନଥିଲା ।

ଠିକ୍‌ ସେହିପରି ଓଲିଉଡର ସୋ ମ୍ୟାନ୍‌ ବସନ୍ତ ନାୟକ ଯେତେବେଳେ ତାଙ୍କ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍‌ର ପ୍ରଥମ ସିନେମା ‘ ନଗଫାସ’ ନିର୍ମାଣ କରିବାକୁ ବାହାରିଥିଲେ ସେତେବେଳେ ଏହାର ନିଦ୍ଦେର୍ଶନା ଦେଇଥିଲେ ଶିଶିର ମିଶ୍ର । ଡାକ୍ତର ବସନ୍ତ ମହାପାତ୍ରଙ୍କ ରଚିତ କାହାଣୀ ଆଧାରିତ ଏହି ସିନେମାରୁ କିନ୍ତୁ ଓହରି ଯାଇଥିଲେ ଶିଶିର ମିଶ୍ର । ପରେ ନିଜେ ବସନ୍ତ ନାୟକ ନିଦ୍ଦେର୍ଶକ ସାଜି ‘ନାଗଫାସ’କୁ ସଂପୂର୍ଣ୍ଣ କରିଥିଲେ ଓ ଫିଳ୍ମଟି ରିଲିଜ୍‌ ହୋଇଥିଲା । କହିବା ବହୁଲ୍ୟ ଯେ ଏହା ସୁପରହିଟ୍‌ ହୋଇଥିଲା ଓ ବସନ୍ତ ନାୟକ ପ୍ରଯୋଜକ ଭାବେ ପ୍ରତିଷ୍ଠିତ ହୋଇଥିଲେ ।

ସମ୍ବନ୍ଧିତ ଖବର