ରଣବୀରଙ୍କ ଦିୱାନା ଏହି ନିର୍ଦ୍ଦେଶକମାନେ
ରଣବୀର କପୁର ଜଣେ ଷ୍ଟାର୍ ନୁହେଁ ବରଂ ଆକ୍ଟର ଭାବେ ନିଜକୁ ପ୍ରମାଣିତ କରିସାରିଲେଣି । ନିର୍ଦ୍ଦେଶକ ସଂଜୟ ଲୀଳା ଭଁସାଲିଙ୍କ ‘ସାଓ୍ଵାରିଆ’ ମାଧ୍ୟମରେ ବଲିଉଡରେ ଆକ୍ଟର୍ ଭାବେ ଏଣ୍ଟ୍ରି ଦେଇ ପରେ ଅନେକ ନୂଆ ଓ ପୁରୁଣା ମାତ୍ର ଦକ୍ଷ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି ରଣବୀର । ଆସନ୍ତୁ ଜାଣିବା ଏହି ନିର୍ଦ୍ଦେଶକମାନେ ରଣବୀରଙ୍କ ସଂପର୍କରେ କ’ଣ କହୁଛନ୍ତି
ରାଜ କୁମାର ହିରାନୀ- ମୁଁ ଯେତେବେଳେ ସଂଜୟ ଦତ୍ତଙ୍କ ଉପରେ ବାୟୋପିକ୍ ତିଆରି କରିବି ବୋଲି ସ୍ଥିର କରିଲି ସେତେବେଳେ ଏହି ଭୂମିକାପାଇଁ କେବଳ ରଣବୀର କପୁର ହିଁ ମନରେ ଥିଲେ। ଆଉ ମୁଁ ତାଙ୍କର ନିଷ୍ଠା ଦେଖି ଅଭିଭୂତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଂଜୟଲୀଳା ଭଁସାଲୀ-ରଣବୀର ମୋତେ ‘ ବ୍ଲାକ୍ ’ ଓ ‘ ସାଓ୍ଵାରିୟା’ ରେ ନିର୍ଦ୍ଦେଶନାରେ ସହଯୋଗ କରିଥିଲେ । ମୁଁ ଜାଣିଛି ଦିନେ ନା ଦିନେ ସେ ଜଣେ ଭଲ ନିର୍ଦ୍ଦେଶକ ହେବେ । ତାଙ୍କର ପ୍ଲସ୍ ପଏଣ୍ଟ୍ ହେଲା ସେ ନିଜର ଅଭିନୟକୁ ନିର୍ଦ୍ଦେଶକୀୟ ଢଙ୍ଗରେ ପେଶ୍ କରିପାରନ୍ତି ।
ରାଜକୁମାର ସନ୍ତୋଷୀ- ମୁଁ ‘ ଅଜବ ପ୍ରେମ୍ କୀ ଗଜବ୍ କାହାନୀ’ରେ ଯେତେବେଳେ ରଣବୀର କପୁରଙ୍କୁ କାଷ୍ଟ୍ କରିଥିଲି, ସେତେବେଳେ ତାଙ୍କର କେବଳ ଗୋଟିଏ ସିନେମା ‘ ସାଓ୍ଵାରିୟା’ ରିଲିଜ୍ ହୋଇଥିଲା । ରଣବୀରଙ୍କ ଭିତରେ ଜଣେ କମିକ୍ ଆକ୍ଟର୍ର ରୂପ ମୁଁ ଦେଖିଥିଲି । ଏଣୁ ଏହି ସିନେମାରେ ତାଙ୍କୁ ନେଇଥିଲି । ପ୍ରତ୍ୟେକ ସଟ୍ରେ ତାଙ୍କର ଟାଇମିଂ ଖୁବ୍ ଭଲ । ସେ ‘ ଅଜବ୍ ପ୍ରେମ୍କୀ ଗଜବ୍ କାହାନୀ’ର ସିକ୍ୱେଲ୍ ତିଆରି କରିବା ପାଇଁ ମୋତେ ପରାମର୍ଶ ଦେଇଥିଲେ, ମାତ୍ର ମୁଁ ଚାହୁଁଛି ପୁଣି ଯେବେ ବି ତାଙ୍କୁ ନେଇ କୌଣସି ଫିଲ୍ମ ନିର୍ମାଣ କରିବି, ତାହା ଏକ ଫ୍ରେଶ୍ ସିନେମା ହେବ ।
ଇମତିଆଜ୍ ଅଲ୍ଲି: ‘ରକ୍ଷ୍ଟାର୍’ ଏବଂ ‘ତମାଶା’ ପରେ ରଣବୀରଙ୍କ ଷ୍ଟାଟସ୍ ବଢିଯାଇଥିଲା । ଆକ୍ଟର ଭାବେ ସେ ଅଧିକ ମ୍ୟାଚୁଅରଡ୍ ହୋଇଯାଇଛନ୍ତି । ମୁଁ ଏବେ ତାଙ୍କୁ ଆଖି ଆଗରେ ପୁଣି ଏକ ଫିଲ୍ମର ସ୍କ୍ରିପ୍ଟ ଲେଖୁଛି । ସେ ମଧ୍ୟ ଏହାର ସ୍କ୍ରିପ୍ଟ ଶୁଣିବା ପରେ ଖୁବ୍ ଉତ୍ସାହିତ ହେବେ। ରଣବୀର କପୁର ଯେକୌଣସି ପ୍ରକାରର ଭୂମିକାକୁ ସହଜରେ ନିଭାଇ ପାରିବେ ବୋଲି ମୋର ଦୃଢବିଶ୍ୱାସ ।
ପ୍ରକାଶ ଝା – ମୁଁ ଏଯାବତ୍ ଅନେକ ଷ୍ଟାର୍ ଓ ଆକ୍ଟରଙ୍କ ସହିତ କାମ କରିଛି । କିନ୍ତୁ ଖୁବ୍ କମ୍ କଳାକାରଙ୍କୁ ଦେଖିିଛି, ଯେଉଁମାନେ ସବୁବେଳେ କିଛି ନା କିଛି ଶିଖିବାର ମନୋବୃତ୍ତି ରଖିଥାଆନ୍ତି । ରଣବୀର ହେଉଛନ୍ତି ଏମିତି ଜଣେ ଅଭିନେତା, ଯିଏକି ପ୍ରତ୍ୟେକଟି ସଟ୍ ପୂର୍ବରୁ ଶିଖିବାର ମନୋବୃତ୍ତି ନେଇ ମତେ ସେ ବିଷୟରେ ପଚାରିଥାଆନ୍ତି । ‘ ରାଜନୀତି’ରେ ତାଙ୍କ ସହ କାମ କରିବାର ଅଭିଜ୍ଞତା ଖୁବ୍ ଭଲ ।
ଅୟାନ୍ ମୁଖାର୍ଜୀ- ‘ଓ୍ଵକ୍ ଅପ୍ ସିଡ୍’ ସମୟରେ ମୁଁ ତାଙ୍କଠାରେ ଯେଉଁ ଦକ୍ଷତା ଦେଖିଥିଲି, ‘ୟେ ଜଓ୍ଵାନ ହେ ଦିଓ୍ଵାନୀ’ ବେଳେ ତା’ଠୁଁ ଅଧିକ ଦକ୍ଷତା ଦେଖିଛି ତାଙ୍କ ଠାରେ । ସେ ମୋର ଜଣେ ଭଲ ବନ୍ଧୁ । ମୁଁ ବନ୍ଧୁ ହିସାବରେ କହୁନି, ବରଂ ଜଣେ ନିର୍ଦ୍ଦେଶକ ଭାବେ ଜୋର୍ ଦେଇ କହିବି ଯେ ରଣବୀର କପୁର ବଲିଉଡର ଜଣେ ଫାଇନ୍ ଆକ୍ଟର୍ ।
ଅନୁରାଗ ବାସୁ- ମୁଁ ଯେତେବେଳେ ‘ବାର୍ଫି’ ର କାମ ଆରମ୍ଭ କଲି, ସେତେବେଳେ ମୋ’ ସାମ୍ନାରେ କେବଳ ରଣବୀର ହିଁ ଥିଲେ । ମୁଁ ତାଙ୍କୁ ସ୍କ୍ରିପ୍ଟ ଶୁଣାଇବା ପରେ ମାତ୍ର ପାଞ୍ଚ ମିନିଟ୍ ଭିତରେ ସେ ରାଜି ହୋଇଯାଇଥିଲେ । ରଣବୀର ନିର୍ଦ୍ଦେଶକଙ୍କ ଭାଷାକୁ ସହଜରେ ବୁଝିପାରନ୍ତି । ମୋ’ ମତରେ ସେ ଜଣେ ଡାଇରେକ୍ଟରସ୍ ଆକ୍ଟର୍ ।