ଉଚ୍ଚତା ଅନୁସାରେ ବି ହୋଇଥାଏ ରୋଗ; ଜାଣନ୍ତୁ କେତେ ଉଚ୍ଚତା ଥିଲେ କି ରୋଗ ହେବ ନାହିଁ

ଆପଣ ଜାଣନ୍ତି କି ମଣିଷର ଉଚ୍ଚତା ବି ସ୍ୱାସ୍ଥ୍ୟ ଭଲ ଖରାପର କାରଣ ହୋଇଥାଏ। କେତକ ରୋଗ ଉଚ୍ଚତା ଉପରେ ନିର୍ଭର କରିଥାଏ। ଥାଇରଏଡ୍‌, କିଡ୍‌ନି, କର୍କଟ, ହୃଦ୍‌ରୋଗ, ମଧୂମେହ ଆଦି ରୋଗ ସବୁ ଉଚ୍ଚତା ଉପରେ ନିର୍ଭର କରେ। ଗବେଷଣାରୁ ଜାଣିବାକୁ ମିଳିଛି ଯେ କମ୍‌ ଉଚ୍ଚତା ବିଶିଷ୍ଟ ଲୋକଙ୍କର ରୋଗ ହେବାର ସମସ୍ୟା କମ୍‌।

ଯେଉଁମାନଙ୍କ ଉଚ୍ଚତା ୫ ଫୁଟ୍‌ ୨ ଇଞ୍ଚ୍‌ ଭିତରେ ଓଜନ ବି ସାଧାରଣ ରହିଥାଏ। ସେମାନଙ୍କୁ କିଛି ବଡ଼ ଧରଣର ରୋଗ ନେହେଲେ ବି ସମୟେ ସମୟେ ରକ୍ତହୀନତାର ଶିକାର ହୋଇଥାନ୍ତି। ଏମାନେ ୯୦ ବର୍ଷ ବୟସରେ ବି ସବଳ ରହିଥାନ୍ତି।

ଯେଉଁମାନଙ୍କ ଉଚ୍ଚତା ୫ ଫୁଟ୍‌ ୮ ଇଞ୍ଚ୍‌ ହୋଇଥାଏ ସେମାନେ ବିଶେଷ ହୃଦ୍‌ରୋଗର ଶିକାର ହୋଇନଥାନ୍ତି। ଏହି ଉଚ୍ଚତାର ଲୋକମାନଙ୍କ ଭିତରେ ମାତ୍ର ୧୪ ପ୍ରତିଶତ ହୃଦ୍‌ଘାତ ସମ୍ଭାବନା ଥାଏ।

୫ ଫୁଟ୍‌ ୭ ଇଞ୍ଚ୍‌ର ମହିଳା ହୋଇଥିଲେ ସେମାନଙ୍କ କ୍ଷେତ୍ରରେ ମାନସିକ ରୋଗ ବିଶେଷ ରହିନଥାଏ। ଏହି ରୋଗ ମୁଖ୍ୟତ ୫ ଫୁଟ୍‌ ୩ ଇଞ୍ଚ୍‌ ବିଶିଷ୍ଟ ମହିଳାଙ୍କ ଭିତରେ ଦେଖା ଦେଇଥାଏ।

ଯେଉଁ ମହିଳାଙ୍କ ଉଚ୍ଚତା ୫ ଫୁଟ୍‌ ୬ ଇଞ୍ଚ୍‌ ହୋଇଥାଏ, ସେମାନଙ୍କ ଭିତରେ ଗର୍ଭକାଳୀନ ସମସ୍ୟା କମ୍‌ ଦେଖାଦେଇ ଥାଏ।

 

ସମ୍ବନ୍ଧିତ ଖବର