ଟାଇଗରଙ୍କୁ ଛାଡ଼ି ଜ୍ୟାକିଙ୍କ ପ୍ରଶଂସକ ପାଲଟିଲେ ଦିଶା ପଟାନି

ଅଭିନେତ୍ରୀ ଦିଶା ପଟାନି ଓ ଟାଇଗର୍‌ ଶ୍ରଫଙ୍କ ସଂପର୍କକୁ ନେଇ ବଲିଉଡ୍‌ରେ ଅନେକ ଚର୍ଚ୍ଚା ହେଉଥିଲେ ହେଁ ଦୁହେଁ କେବଳ ଭଲ ବନ୍ଧୁ ବୋଲି କହି ଆସୁଛନ୍ତି। ଏବେ କିନ୍ତୁ ଦିଶା ଟାଇଗରଙ୍କ ବାପା ଜାକି ଶ୍ରଫଙ୍କ ବହୁତ ପ୍ରଶଂସା କରୁଛନ୍ତି। ଫିଲ୍ମ ‘ରାଧେ’ରେ ଦିଶାଙ୍କ ସହ ସଲମାନ ଖାନ ଓ ଜାକି ଅଭିନୟ କରିଛନ୍ତି। ଏକ ସାକ୍ଷାତକାରରେ ଦିଶା ଜାକିଙ୍କ ସଂପର୍କରେ ବହୁତଗୁଡ଼ିଏ କଥା କହିଛନ୍ତି। ବମ୍ବେ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ଦିଶା କହିଛନ୍ତି, ଜାକି ବହୁତ ମେଳାପୀ। ସମସ୍ତଙ୍କୁ ତାଙ୍କ ସହ ଭଲ ଲାଗେ। ସେ ସର୍ବଦା ନିଜ କାମକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ଭଲ ଅଭିନେତା ଏବଂ କେହି ବି ତାଙ୍କ ଅଭିନୟକୁ ଅଣଦେଖା କରିପାରିବେ ନାହିଁ। ଲକଡାଉନ୍‌ ପାଇଁ ଜାକି ଏବେ ନିଜ ଫାର୍ମ ହାଉସରେ ରହୁଛନ୍ତି। ମୁମ୍ବାଇ-ପୁଣେ ମଧ୍ୟରେ ପଡ଼ୁଥିବା ତାଙ୍କ ଫାର୍ମ ହାଉସରେ ଜାକି ରହୁଛନ୍ତି। ତେବେ ତାଙ୍କ ପତ୍ନୀ ଆୟଶ, ପୁଅ ଟାଇଗର, ଝିଅ କୃଷ୍ଣା ମୁମ୍ବାଇସ୍ଥିତ ଘରେ ରହୁଛନ୍ତି। ଜାକିଙ୍କ ପତ୍ନୀ ସ୍ପଟବୟକୁ ଏକ ସାକ୍ଷାତକାରରେ କହିଥିଲେ, ଜାକି କିଛି ଗଛପତ୍ର ଲଗାଇବା ପାଇଁ ଫାର୍ମହାଉସକୁ ଯାଇଥିଲେ। ଜାକି ଇନ୍‌ଷ୍ଟାଗ୍ରାମରେ ମଧ୍ୟ ଫାର୍ମହାଉସରେ ଥିବା ସମୟର କିଛି ଫଟୋ ଓ ଭିଡିଓ ସେୟାର କରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର