ଏକାଠି ନଜର ଆସିଲେ ଦିଶା-ଟାଇଗର୍‌

ଅଭିନେତ୍ରୀ ଦିଶା ପଟାନି ଓ ଅଭିନେତା ଟାଇଗର ସ୍ରଫ୍‌ ବଲିଉଡ୍‌ର ଏକ ଆକର୍ଷଣୀୟ ଯୋଡ଼ି। ଉଭୟଙ୍କ ପ୍ରାୟ ସମୟରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ। ଉଭୟ ଏକାଠି ମିଶି ଜିମ୍‌ ଯିବା ସହ ଫିଲ୍ମ ଓ ଡେଟିଂରେ ବି ଯାଉଥିବା ଦେଖିବାକୁ ମିଳନ୍ତି। ବର୍ତ୍ତମାନ ଏହି ଯୋଡ଼ିଙ୍କୁ ବାନ୍ଦ୍ରାରେ ଏକାଠି ଦେଖିବାକୁ ମିଳିଛି। ଦିଶାଙ୍କୁ ଏଥିରେ ଏକ ଓଭର ସାଇଜ୍‌ ପ୍ଲାଣ୍ଟ୍‌ ଓ ଟି-ସାର୍ଟ‌ରେ ଦେଖିବାକୁ ମିଳିଛି। ଏଥିସହ ଟାଇଗର୍‌ଙ୍କୁ କାଜୁଆଲ୍‌ ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳିଛି।

କିଛି ଦିନ ତଳେ ଦିଶା ସଲ୍‌ମାନ୍‌ଙ୍କ ଚଳଚ୍ଚିତ୍ର ‘ରାଧେ- ଇୟୋର ମୋଷ୍ଟ୍‌ ୱାଣ୍ଟେଡ୍‌ ଭାଇ’ର ସୁଟିଂ ଶେଷ କରି ଫେରିଛନ୍ତି। ଚଳଚ୍ଚିତ୍ରଟିକୁ ପ୍ରଭୁ ଦେବା ନିର୍ଦ୍ଦେଶନା ଦେଉଥିବା ବେଳେ ଗତ ଇଦ୍‌ରେ ଏହା ମୁକ୍ତିଲାଭ କରିବାର ଥିଲା। କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି। ଅନ୍ୟପଟେ ଟାଇଗର୍‌ ଶେଷ ଥର ପାଇଁ ‘ବାଗି-୩’ରେ ନଜର ଆସିଥିଲେ। ଆଗକୁ ‌ସେ ‘ହିରୋପନ୍ତି-୨’ରେ ଦେଖିବାକୁ ମିଳିବେ ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର