ମୁମ୍ବାଇ: ‘ବାଗୀ-୨’ର ସଫଳତା ପରେ ସିନେ ନାୟିକା ଦିଶା ପଟାନିଙ୍କର ଭାଗ୍ୟ ଖୋଲିଯାଇଛି। ତାଙ୍କୁ ଏବେ ଭଲ ଭଲ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରସ୍ତାବ ମିଳୁଛି।
‘ବାଗୀ-୨’ରେ ଟାଇଗର ଶ୍ରଫ୍ଙ୍କ ବିପକ୍ଷରେ ନାୟିକା ବନିଥିଲେ ଦିଶା ପଟାନି। ଏହା ବକ୍ସ ଅଫିସ୍ରେ ସୁପରହିଟ୍ ବି ହୋଇଥିଲା।ଏହାପରେ ଦିଶା ଅନ୍ୟ କୌଣସି ହିନ୍ଦୀ ସିନେମା ପାଇଁ ରାଜି ହେଉ ନଥିଲେ।କାରଣ ଭଲ ବ୍ୟବସାୟ ଫିଲ୍ମକୁ ସେ ଅପେକ୍ଷା କରିଥିଲେ।
‘ଭାରତ’ ପାଇଁ ଯେତେବେଳେ ଦିଶାଙ୍କୁ ଅଫର୍ ମିଳିଲା,ସେତେବେଳେ ସେ ତତ୍କ୍ଷଣାତ୍ ରାଜି ହୋଇ ଯାଇଥିଲେ।ତେବେ ଯଦି ଆପଣ ଭାବୁଥିବେ ଯେ, ଏହି ସିନେମାରେ ଦିଶାଙ୍କୁ ସଲମାନ୍ଙ୍କ ନାୟିକାରେ ଦେଖିବାକୁ ପାଇବେ ବୋଲି ,ତେବେ ତାହା ଆପଣଙ୍କ ଭୁଲ୍ ବୋଲି ଧରିବାକୁ ହେବ।
ପ୍ରକୃତରେ ‘ଭାରତ୍’ରେ ଦିଶା ପଟାନି ସଲମାନ୍ଙ୍କ ପ୍ରେମିକା ନୁହେଁ ବରଂ ଭଉଣୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦିଶାଙ୍କ ଚରିତ୍ରଟି ଖୁବ୍ ଦମ୍ଦାର୍ ବୋଲି ଚର୍ଚ୍ଚା ହେଉଛି।
photo-aajtakଏହାର କାହାଣୀ ଅନୁଯାୟୀ ଦିଶା ଏଥିରେ ସର୍କସରେ କାମ କରୁଥିବା ଜଣେ ଯୁବତୀ ଭୂମିକା ପାଇଛନ୍ତି। ଏହି ଫିଲ୍ମରେ ଦିଶା ପଟାନିଙ୍କର ଅନେକ ଦମ୍ଦାର୍ ଆକସନ୍ ସିନ୍ ମଧ୍ୟ ରହିବ ବୋଲି କୁହାଯାଉଛି। ‘ଭାରତ୍’ରେ ସଲମାନଙ୍କ ଅପୋଜିଟ୍ରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Disha-Patani-1.jpg)