ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ସାଜିଦ୍ ନାଡିଆଡ଼ଓ୍ଵାଲାଙ୍କ ପ୍ରଯୋଜିତ ତଥା ଟାଇଗର୍ ଶ୍ରଫ୍ ଓ ଦିଶା ପଟ୍ଟାନି ଷ୍ଟାର୍ର ‘ବାଗୀ -୨’ ବକ୍ସ ଅଫିସେ ର ଧମାଲ୍ କରିଛି। ଏହାର ବଜେଟ ହେଉଛି ମାତ୍ର ୪୦ କୋଟି । କିନ୍ତୁ ଏହି ମୁଭି ମାତ୍ର ୯ ଦିନରେ ପ୍ରାୟ ୧୨୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି । ଅର୍ଥାତ୍ ଏହା ବି ବକ୍ସ ଅଫିସରେ ହଙ୍ଗାମା କରିଛି। ଏହି ସିନେମା କେତେକ ନୂଆ ରେକର୍ଡ ବି କରିଛି। ତେବେ ଟାଇଗରଙ୍କ ସଫଳତାକୁ ନେଇ ଆଦୌ ଖୁସି ନାହାନ୍ତି ଦିଶା। ଏହାର କାରଣ ହେଲା ଯେ ‘ବାଗୀ -୨’ ସୁପରହିଟ୍ ହେବାପରେ ଏହାର ସବୁ କ୍ରେଡିଟ୍ ମାରି ନେଇଛନ୍ତି ଟାଇଗର୍ ଶ୍ରଫ୍ । ଯୁଆଡେ ବି ସେ ଯାଉଛନ୍ତି ତାଙ୍କୁ ପ୍ରଶଂସା ମିଳୁଛି। କିନ୍ତ ୁଦିଶା ପଟ୍ଟାନିଙ୍କୁ କେହି ଗୁରୁତ୍ୱ ଦେଉ ନାହାନ୍ତି। ଏହି କାରଣରୁ ଦୁଃଖୀ ଅଛନ୍ତି ଦିଶା।

ବଲିଉଡର ଜଣାଶୁଣା ନାୟକ ଟାଇଗର୍ ଶ୍ରଫ୍ ହଟ୍ ହିରୋଇନ୍ ଦିଶା ପଟାନି ପ୍ରେମୀଯୁଗଳଭାବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଯଦିଓ ଏ ଦୁହେଁ ଏଯାବତ ଖୋଲାଖୋଲି ପ୍ରେମ କଥାକୁ ସ୍ୱୀକାର କରି ନାହାନ୍ତି,ତଥାପି ମନା କରି ନାହାନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ପ୍ରଖ୍ୟାତ ଅଭିନେତା ଜ୍ୟାକି ଶ୍ରଫଙ୍କ ସୁପୁତ୍ର ଟାଇଗର୍ ଶ୍ରଫ୍‘ହିରୋପନ୍ତି’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ । ଅପରପକ୍ଷରେ ଦିଶା ‘ଏମ୍ ଏସ୍ ଧୋନି’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ନିଜର ହଟ୍ ଫଟୋ ସୋସିଆଲ ମିଡିଆରେ ସେଆର୍ କରି ଚର୍ଚ୍ଚିତା ହୋଇଛନ୍ତି।