‘ଭାରତ’ ଫିଲ୍ମରେ ଛୋଟ ଚରିତ୍ର ମିଳିଥିବା ନେଇ ପ୍ରଶ୍ନ କରାଯିବ ପରେ ଏଭଳି ଉତ୍ତର ରଖିଲେ ଦିଶା

ମୁମ୍ବାଇ : ଜୁନ୍‌ ମାସରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ଭାରତ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ସଲମାନ ଖାନ୍‌, ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଦିଶା ପଟାନୀ । ତେବେ ଫିଲ୍ମରେ  ସଲମାନ ଖାନ୍‌ ଏବଂ  କ୍ୟାଟ୍ରିନା କୈଫ୍‌ଙ୍କ ଚରତ୍ରକୁ ଅଧିକ ଗୁରୁତ୍ୱ ଦିଆ ଯାଇଥିବା ବେଳେ ଦିଶାଙ୍କ ଚରିତ୍ର ଖୁବ୍‌ ଛୋଟ ରହିଛି । ତେବେ ଏତେ ଛୋଟ ଚରିତ୍ର ପାଇ ଦୁଃଖି କି? ବୋଲି ପ୍ରଶ୍ନ କରାଯିବା ପରେ ନାଁ ବୋଲି କହିଥିଲେ ଦିଶା ।

dnaindia.com

“ଭାରତର କାହାଣୀ ବହୁତ ଭିନ୍ନ । ଫିଲ୍ମରେ ମୋର ଚରିତ୍ର କେତେ ଛୋଟ ତାହା କୌଣସି ପ୍ରଭାବ ପକାଏ ନାହିଁ । ମୋର ଆଶା ଲୋକେ ମୋର ଚରିତ୍ରକୁ ଅନୁଭବ କରିବା ସହ ସର୍କସ ସହ ଯୋଡ଼ି ପାରିବେ । ଏହି ଫିଲ୍ମ ସହ ଯୋଡ଼ି ହୋଇ ମୁଁ ଖୁସି” ବୋଲି କହିଥିଲେ ଦିଶା ।

ସମ୍ବନ୍ଧିତ ଖବର