ଅନ୍ତର୍ବସ୍ତ୍ର ପିନ୍ଧି ଦୀପାବଳି ଶୁଭେଚ୍ଛା ଦେବା ମହଙ୍ଗା ପଡ଼ିଲା; ସମାଲୋଚିତ ହେଲେ ଦିଶା ପଟାନୀ

ମୁମ୍ବାଇ: ରାତି ପାହିଲେ ଦୀପାବଳି। ଆଲୋକର ଏହି ପର୍ବକୁ ପାଳନ କରିବାକୁ ଚାହିଁ ରହିଛି ପୂରା ଦେଶ। ଦୀପାବଳି ଅବସରରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ସେ ହାତରେ ଦୀପ ଧରି ଦୀପାବଳୀର ଅଭିନନ୍ଦନ ଜଣାଇଛନ୍ତି। ମାତ୍ର ଦିଶାଙ୍କର ଶୁଭେଚ୍ଛା ଜଣାଇବା ଶୈଳୀ ସଭିଁଙ୍କୁ ପସନ୍ଦ ଆସିନାହିଁ। ସେ ଇନ୍‌ଷ୍ଟାଗ୍ରାମରେ ଲେହେଙ୍ଗା-ଚୋଲି ସହ କାଲ୍‌ଭିନ୍‌ କ୍ଲେଇନ୍‌ର ଏକ ଅନ୍ତର୍ବନ୍ତ୍ର ପିନ୍ଧିଥିବା ଫଟୋ ଦେଇ ସମାଲୋଚିତ ହୋଇଛନ୍ତି। ଦୀପାବଳି ପରି ଏକ ପବିତ୍ର ପର୍ବକୁ ଏପରି ପୋଷାକ ପିନ୍ଧି ପାଳନ କରିଥିବା ଦିଶାଙ୍କର ପରମ୍ପତା ପ୍ରତି ସମ୍ମାନ ନଥିବା କଥା ସ୍ପଷ୍ଟ ପ୍ରମାଣ କରିଛି ବୋଲି କେହି କେହି ନିଜର ମତ ରଖିଛନ୍ତି।

 

 

View this post on Instagram

 

?????

A post shared by disha patani (paatni) (@dishapatani) on

ଯଦିଓ ଦିଶା ତାଙ୍କର କମେଣ୍ଟ୍‌ ସେକ୍ସନକୁ ଲୁଚାଇ ରଖିଛନ୍ତି, ତଥାପି ସେ ନିଜେ ନିଜକୁ ଟ୍ରୋଲ୍‌ ହେବାରୁ ବଞ୍ଚାଇ ପାରିନାହାନ୍ତି। ଅନ୍ୟ ଜଣେ ଦିଶାଙ୍କର ଏହି ଇନ୍‌ଷ୍ଟା ପୋଷ୍ଟ୍‍କୁ ନିଜ ଆକାଉଣ୍ଟ୍‌ରେ ପୋଷ୍ଟ୍‍ କରିବା ପରେ ବହୁଳ ମାତ୍ରାରେ ଲୋକେ ଦିଶାଙ୍କ ବିରୋଧରେ ମତ ରଖିଛନ୍ତି। ମାତ୍ର କେହି କେହି ଦିଶାଙ୍କୁ ସମର୍ଥନ ବି କରିଛନ୍ତି। କିଏ କ’ଣ ପିନ୍ଧିବ ତାହା ନିଜସ୍ୱ ବୋଲି ଯୁକ୍ତି କରି କିଛି ପ୍ରଶଂସକ ଦିଶାଙ୍କୁ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର