ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସର ଶେଷ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ପୁଲିସ ଦିଶାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଛି ଏବଂ ଏହା ପଛର କାରଣ ଉଲ୍ଲେଖ କରିଛି। ପୁଲିସ ଦାବି କରିଛି ଯେ, ଦିଶାଙ୍କ ବାପା ଅଯଥାରେ ଟଙ୍କା ଉଡ଼ାଉଥିଲେ। ଏହି କାରଣରୁ ଦିଶା ଅବସାଦଗ୍ରସ୍ତ ରହୁଥିଲେ।
ପୁଲିସର କହିବା ଅନୁଯାୟୀ, "ଦିଶା ୮ ଜୁନ୍ ୨୦୨୦ରେ ଜୀବନ ହାରିଥିଲେ। ଉତ୍ତର ମୁମ୍ବାଇର ମଲାଡ ଅଞ୍ଚଳର ଜନକଲ୍ୟାଣ ନଗରରେ ଥିବା ତାଙ୍କ କୋଠାର ଦ୍ୱାଦଶ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିଲେ । ମାଲାୱାନୀ ପୁଲିସ ଘଟଣାର ତଦନ୍ତ କରିଥିଲା। ଏହା ପରେ, ୪ ଫେବ୍ରୁଆରି ୨୦୨୧ ରେ ପୁଲିସ ତା’ର ବରିଷ୍ଠ ଅଧିକାରୀଙ୍କୁ 'କ୍ଲୋଜର ରିପୋର୍ଟ' ଦାଖଲ କରିଥିଲା। ଏହି ରିପୋର୍ଟରେ, ପୁଲିସ ଦାବି କରିଥିଲା ​​ଯେ, ଦିଶାଙ୍କ ବାପା ଅଯଥାରେ ଟଙ୍କା ଉଡ଼ାଉଥିଲେ। ଏହି କାରଣରୁ ଦିଶା ଅବସାଦଗ୍ରସ୍ତ ରହୁଥିଲେ। ଏହା ସହ ତାଙ୍କର କିଛି ବନ୍ଧୁଙ୍କ ସହ ଝଗଡ଼ା ବି ହୋଇଥିଲା। ଏସବୁ କାରଣ ପାଇଁ ଅବସାଦଗ୍ରସ୍ତ ହୋଇ ସେ ଆତ୍ମହତ୍ୟାକୁ ବାଛି ନେଇଥିଲେ।"
କିଛି ଦିନ ତଳେ ଦିଶା ସାଲିଆନଙ୍କ ବାପା ଅଭିଯୋଗ କରିଥିଲେ ଯେ, "ତାଙ୍କ ଝିଅ ସହ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ହତ୍ୟା କରାଯାଇଥିଲା। ସେ ଦାବି କରିଥିଲେ ଯେ, ଏହି ମାମଲାରେ କିଛି ପ୍ରଭାବଶାଳୀ ଲୋକଙ୍କୁ ବଞ୍ଚାଇବା ପାଇଁ ଏକ ରାଜନୈତିକ ଷଡ଼ଯନ୍ତ୍ର ରଚନା କରାଯାଇଛି। ତେଣୁ ତାଙ୍କ ଝିଅର ମୃତ୍ୟୁର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ।"
Disha Salian | depressed-due-to-father-misuse-of-money
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/29/4mtwPXF5Y6hOcaEryPSO.jpg)