ଟାଇଗର୍‌ ଶ୍ରଫ୍‌ଙ୍କ ସହ ଆଫେଆର୍‌ ପ୍ରସଙ୍ଗରେ କ’ଣ କହିଲେ ଦିଶା ପଟାନି

ମୁମ୍ବାଇ: ବଲିଉଡର ଜଣାଶୁଣା ନାୟକ ଟାଇଗର୍‌ ଶ୍ରଫ୍‌ ହଟ୍‌ ହିରୋଇନ୍‌ ଦିଶା ପଟାନି ପ୍ରେମୀଯୁଗଳଭାବେ ବେଶ୍‌ ପରିଚିତ। ସେଦୁହେଁ ଚର୍ଚ୍ଚାରେ ରହିଛନ୍ତି। ଯଦିଓ ଏ ଦୁହେଁ ଏଯାବତ ଖୋଲାଖୋଲି ପ୍ରେମ କଥାକୁ ସ୍ୱୀକାର କରି ନାହାନ୍ତି,ତଥାପି ମନା କରି ନାହାନ୍ତି। ଏବେ ‘ବାଗୀ-୨’ର ପ୍ରମୋସନ୍‌ ସମୟରେ ଦିଶା ନିଜର ପ୍ରେମ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ‘ଟାଇଗର୍‌ ଶ୍ରଫ୍‌ ତାଙ୍କର ଭଲ ସାଙ୍ଗ। ଯେତେବେଳେ ତାଙ୍କ ସହ ମୋର ଆଫେଆର୍‌ ଚର୍ଚ୍ଚା ହୁଏ , ସେତେବେଳେ ଆମ ପରିବାରର ଲୋକେ ଭାରି କଷ୍ଟ ପାଆନ୍ତି। ହେଲେ ମୁଁ ସେମାନଙ୍କୁ ବୁଝାଇବାପରେ ସେମାନେ ସବୁ କଥା ହୃଦୟଙ୍ଗମ କରିଛନ୍ତି। ମୁଁ ଭାଗ୍ୟବତୀ ଯେ ମୋତେ ଟାଇଗରଙ୍କ ଭଳି ସାଙ୍ଗ ମିଳିଛି।

ଯେଉଁ ସମୟରେ ଆମ ଦୁହିଁଙ୍କର ଏକ ଫଟୋ ଏବେ ଭାଇରାଲ ହୋଇଥିଲା ଯେଉଁଥିିରେ ଆମେ ପରସ୍ପରର ବେକରେ ମାଳା ପିନ୍ଧାଉଛୁ। ସେଥିରୁ ଅନୁମାନ କରା ଯାଉଥିଲା କି ବୋଧହୁଏ ଏହି ପ୍ରେମୀ ଯୁଗଳ ଗୁପ୍ତରେ ବିବାହ କରିଛନ୍ତି। କିନ୍ତୁ ପ୍ରକୃତ କଥା ହେଲା ଆମେ ଦୁହେଁ ଗୋଆରେ ଫିଲ୍ମ ‘ବାଗୀ-୨’ର ସୁଟିଂ ସମୟରେ ଏପରି କରିଥିଲୁ । ଆମେ ଦୁହେଁ ନୂଆ ବର୍ଷରେ ଶ୍ରୀଲଙ୍କା ଯାଇ ସମୟ କାଟିଥିଲୁ। ତେବେ ଗୋପାନ ବିବାହ କଥା ଡାହା ମିଛ। ’

photo-theindianexpress

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଖ୍ୟାତ ଅଭିନେତା ଜ୍ୟାକି ଶ୍ରଫଙ୍କ ସୁପୁତ୍ର ଟାଇଗର୍‌ ଶ୍ରଫ୍‌‘ହିରୋପନ୍ତି’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଅପରପକ୍ଷରେ ଦିଶା ‘ଏମ୍‌ ଏସ୍‌ ଧୋନି’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ନିଜର ହଟ୍‌ ଫଟୋ ସୋସିଆଲ ମିଡିଆରେ ସେଆର୍‌ କରି ଚର୍ଚ୍ଚିତା ହୋଇଛନ୍ତି।

ସମ୍ବନ୍ଧିତ ଖବର