ନୂଆଦିଲ୍ଲୀ: ଆସାମର ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗ ଆଉ ନାହାନ୍ତି। କିଛି ଦିନ ତଳେ ତାଙ୍କର ଦେହାନ୍ତ ହୋଇଥିଲା। ହଠାତ୍ ଏଭଳି ତାଙ୍କ ଦେହାନ୍ତ ହେବା ଘଟଣା ତାଙ୍କ ପ୍ରଶଂସକ ଏବଂ ପରିବାରକୁ ଗଭୀର ଦୁଃଖ ଦେଇଛି। ସ୍ବାମୀଙ୍କୁ ହରାଇ ତାଙ୍କ ସ୍ତ୍ରୀ ଅସହାୟ ହୋଇପଡ଼ିଥିବା ବେଳେ ଏବଂ ତାଙ୍କ ପ୍ରଶଂସକମାନେ ମଧ୍ୟ ଭାଙ୍ଗିପଡ଼ିଛନ୍ତି। ଏବେ ଆସାମର ଜଣେ ଯୁବକ ଗାୟକଙ୍କ ମୃତ୍ୟୁରେ ଦୁଃଖିତ ହୋଇ ଜୀବନ ହାରିବାକୁ ଚେଷ୍ଟା କରିଥିବା ଜଣାଯାଇଛି। ସେ ସାରାଘାଟ ସେତୁରୁ ବ୍ରହ୍ମପୁତ୍ର ନଦୀକୁ ଡେଇଁ ପଡ଼ିଥିଲେ। ଲୋକମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ କାହା କଥା ନଶୁଣି ନଦୀକୁ ଡେଉଁପଡ଼ିଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଭାଇରାଲ ଭିଡିଓରେ, ଜଣେ ଯୁବକ ଏକ ପୋଲ ଉପରେ ବସିଥିବାର ଦେଖାଯାଉଛି। ନଦୀକୁ ଡେଇଁବା ପୂର୍ବରୁ ସେ ତାଙ୍କ ସାର୍ଟ ଚିରି "ଜୋତ୍ ଜୁବିନ୍ ଦା" କହିଥିଲେ ଏବଂ ତା'ପରେ ଡେଇଁ ପଡ଼ିଥିଲେ ବୋଲି ଦେଖିବାକୁ ମିଳିଛି। କୁହାଯାଉଛି ଯେ, ସେ ନଦୀକୁ ଡେଇଁ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ବି ବଞ୍ଚିଯାଇଥିଲେ। ତାଙ୍କୁ ନଦୀ କୂଳରେ ଅଚେତ ଅବସ୍ଥାରେ ପାଇଥିଲେ ଲୋକେ।
ସୂଚନା ମୁତାବକ, ସେପ୍ଟେମ୍ବର ୧୯ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଗାୟକଙ୍କ ଏଭଳି ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପ୍ରଶଂସକ ଏବଂ ପରିବାର ସମସ୍ତେ ଭାବୁଥିଲେ ଯେ, ସ୍କୁବା ଡାଇଭିଂ ବେଳେ ତାଙ୍କର ଏଭଳି ହଠାତ୍ ମୃତ୍ୟୁ କିଭଳି ହୋଇଗଲା। ଏହି ରହସ୍ୟର ସମାଧାନ କରିବା ପାଇଁ, ତାଙ୍କର ବ୍ୟବଚ୍ଛେଦ ଦୁଇଥର କରାଯାଇଥିଲା। ତେବେ ପ୍ରକୃତ କାରଣ ସାମ୍ନାକୁ ଆସିନଥିଲେ ବି ହୃଦଘାତ ତାଙ୍କର ଜୀବନ ନେଇଥିବା କୁହାଯାଉଛି।
zubeen-da
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/26/new-project-1-2025-09-26-12-03-27.jpg)