କ୍ରମାଗତ ଭାବେ ଟେଲିସିନେମାର ନିର୍ଦ୍ଦେଶନା ଦେଉଥିବା ଓଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏବେ ‘ନମସ୍ତେ କମଳା ମାଗୋ ୨’ର ନିର୍ମାଣ କରିଛନ୍ତି। ତେବେ ଏହାର ପ୍ରଥମ ଭାଗ ‘ନମସ୍ତେ କମଳା ମାଗୋ’ରେ ମୁଖ୍ୟ ଭୂମିକାରେ ଥିବା ଅର୍ଚ୍ଚିତାଙ୍କୁ କିନ୍ତୁ ଏଥର ନିଆଯାଇନାହିଁ। ଦ୍ବିତୀୟ ଭାଗରେ ମୁଖ୍ୟ ଭୂମିକାରେ ଅଛନ୍ତି ଜଣାଶୁଣା ନାୟିକା ଦିବ୍ୟାଦିଶା ମହାନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ତୁଷାର ଚନ୍ଦନ, ମାନସୀ ପାଲ୍, ଅନନ୍ତ ମିଶ୍ର, ଲକ୍ଷ୍ମୀପ୍ରିୟା, ସୋନା, ଦିଶା ଓ ବିଜୟିନୀ ମିଶ୍ର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘ନମସ୍ତେ କମଳା ମାଗୋ ୨’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ପ୍ରିୟବ୍ରତ ପଣ୍ଡା ରଚନା କରିଥିବା ବେଳେ ଲୁବୁନ୍-ଟୁବୁନ୍ କୋରିଓଗ୍ରାଫି କରିଛନ୍ତି। ଏହି ଟେଲିସିନେମା ଖୁବ୍ ଶୀଘ୍ର ତରଙ୍ଗରେ ପ୍ରଦର୍ଶିତ ହେବ ବୋଲି ସୂଚନା ରହିଛି। 

Advertisment

‘ନମସ୍ତେ କମଳା ମାଗୋ’ରେ ଅର୍ଚ୍ଚିତାଙ୍କୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। 
ହେଲେ ଏହାର ଦ୍ବିତୀୟ 
ଭାଗରେ ସେ ନାହାନ୍ତି। 
ଏଥରର ଆକର୍ଷଣ 
ହେଲେ ଦିବ୍ୟା। 

ଉଲ୍ଲେଖଯୋଗ୍ୟ, ଦିବ୍ୟା ତରଙ୍ଗର ‘ଜୟ ମା ଲକ୍ଷ୍ମୀ’ ମେଗାଧାରାବାହିକରୁ ଓଡ଼ିଶାରେ ନାୟିକା ଭାବେ କ୍ୟାରିଅର୍  ଆରମ୍ଭ କରିଥିଲେ। ଠିକ୍ ସେହିପରି ତାଙ୍କ ଅଭିନୀତ ପ୍ରଥମ ସିନେମା ବି ହେଲା ତରଙ୍ଗ ସିନେପ୍ରଡକସନ୍ସର ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’। ଏହାପରେ ଦର୍ଶକ ତାଙ୍କୁ ‘ତୁ କହିଦେ ଆଇ ଲଭ୍‌ ୟୁ’, ‘ବାଳ- ଦ ରିଦିମ୍ ଅଫ୍ ଲାଇଫ୍ ’, ‘ମିଷ୍ଟର ମଜନୁ’,‘ଧୋରେ ବାବୁ ଧୋ’, ‘ପ୍ରେମରେ ରିସ୍କ ହେଲା ମତେ ଇସ୍କ ’, ‘ପ୍ରେମ ଏଟିଏମ୍‌’, ‘ଶଙ୍କର’ ଓ ‘କର୍ମ’ ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି।