ମୁମ୍ବାଇ: 'ବିଗ୍ ବସ୍ ଓଟିଟି ସିଜନ୍-୧'ର ବିଜୟିନୀ ଦିବ୍ୟା ଅଗ୍ରୱାଲଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦିବ୍ୟା ଅଗ୍ରୱାଲ ତିନିମାସ ପୂର୍ବରୁ ପ୍ରେମିକ ଅପୂର୍ବ ପଡ଼ଗାଓଁକରଙ୍କୁ ବିବାହ କରିଥିଲେ। ହେଲେ ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରୁ ସ୍ୱାମୀଙ୍କ ସହ ତାଙ୍କର ସମସ୍ତ ବିବାହ ଫଟୋ ଡିଲିଟ କରିଦେଇଥିଲେ, ଯାହା ପରେ ସେମାନଙ୍କ ଛାଡପତ୍ର ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ଚର୍ଚ୍ଚା ମଧ୍ୟରେ ଏବେ ଅଭିନେତ୍ରୀ ଶେଷରେ ସ୍ୱାମୀଙ୍କଠାରୁ ଅଲଗା ହେବାର ଗୁଜବ ଉପରେ ନୀରବତା ଭାଙ୍ଗିଛନ୍ତି।
abpliveଦିବ୍ୟା ଅଗ୍ରୱାଲ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ସତ କ’ଣ ତାହା ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଭିନେତ୍ରୀ ଲେଖିଛନ୍ତି- 'ମୁଁ କୌଣସି ଶବ୍ଦ କରି ନାହିଁ, କିଛି କହି ନାହିଁ କିମ୍ବା ଛାଡପତ୍ର ବିଷୟରେ କୌଣସି କାହାଣୀ ପୋଷ୍ଟ କରି ନାହିଁ। ମୁଁ ମୋର ଇନଷ୍ଟା ଆକାଉଣ୍ଟରୁ ପ୍ରାୟ ୨୫୦୦ପୋଷ୍ଟ ଡିଲିଟ୍ କରିଛି । କିନ୍ତୁ କେବଳ ବିବାହ ଫଟୋ ନଥିବା ଦେଖି ଲୋକେ ମୋର ଛାଡ଼ପତ୍ର ହେଉଥିବା ନେଇ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ଏହା ଦର୍ଶାଉଛି ଯେ ଲୋକମାନେ ମୋଠାରୁ କ’ଣ ଆଶା କରନ୍ତି। ମୋ ଜୀବନରେ ମୁଁ ସବୁବେଳେ ତାହା କରିଛି ଯାହା ଲୋକମାନେ ମୋ ଠାରୁ ଆଶା କରିନଥିଲେ। ଲୋକମାନେ ବର୍ତ୍ତମାନ ଆଶା କରୁଛନ୍ତି ଯେ, ମୋର ଛାଡପତ୍ର ହେବ କିମ୍ବା ମୁଁ ମା’ ହେବି। କିନ୍ତୁ ଏଗୁଡ଼ିକ ମଧ୍ୟରୁ ଏବେ କିଛି ଘଟୁ ନାହିଁ। ସତ କଥା ହେଉଛି ମୁଁ ମୋ ଇନଷ୍ଟାରେ ପିନ୍ କରିଥିବା ପୋଷ୍ଟ ବିଷୟରେ କେବଳ କଥା ହେବାକୁ ଚାହେଁ। ପ୍ରତ୍ୟେକ କାହାଣୀର ଅନ୍ତ ଖୁସିମୟ ହୁଏ।'
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/t-273.jpg)