ମୁମ୍ବାଇ: ଅଭିନେତା ପ୍ରିୟାଙ୍କ ଶର୍ମାଙ୍କୁ ଡେଟ କରିବା ପରେ ଅଭିନେତା ବରୁଣ ସୁଦଙ୍କ ସହ ଲିଭ୍ ଇନରେ ରହିଥିଲେ ଦିବ୍ୟା। ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ହଠାତ୍ ଦିବ୍ୟା ବରୁଣଙ୍କଠାରୁ ଅଲଗା ହେଉଥିବା ନେଇ ଘୋଷଣା କରିଥିଲେ। ଅଲଗା ହେବା ପଛର କାରଣ ନଜଣାଇ ଦୁହେଁ ବ୍ରେକଅପ କରିଥିଲେ। ବିଚ୍ଛେଦର କିଛି ମାସ ପରେ ଗତବର୍ଷ ଡିସେମ୍ବରରେ ଦିବ୍ୟା ବ୍ୟବସାୟୀ ଅପୂର୍ବ ପଡଗାଓଁକରଙ୍କ ସହ ନିର୍ବନ୍ଧ କରିଥିଲେ।

Advertisment

ନିର୍ବନ୍ଧ ପରେ ଏବେ ବିବାହ ଯୋଜନାକୁ ନେଇ ମୁହଁ ଖୋଲିଛନ୍ତି ଦିବ୍ୟା। ଇଟାଇମ୍ସକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, “ଆମେ ଦୁହେଁ ପରସ୍ପରକୁ କେବେ ବିବାହ କରିବା ବୋଲି ପ୍ରଶ୍ନ କରିଚାଲିଛୁ। କିନ୍ତୁ ଦିନ ଧାର୍ଯ୍ୟ ହୋଇନାହିଁ। ପ୍ରାୟତଃ ଆମେ ଡିସେମ୍ବର କିମ୍ବା ଜାନୁଆରିରେ ବିବାହ କରିବୁ। ବେଳେବେଳେ ଆମେ ସରଳ, ଅନ୍ତରଙ୍ଗ ବିବାହ ବିଷୟରେ ଚିନ୍ତା କରୁଥିବା ସହ ବେଳେବେଳେ ବଡ଼ ଆକାରରେ ବିବାହ କରିବାକୁ ଚିନ୍ତା କରୁଛୁ। ମୋର ଏବଂ ଅପୂର୍ବଙ୍କର ବହୁତ ବନ୍ଧୁ ଥିବାରୁ ଆମେ 'ଡେଷ୍ଟିନେସନ ୱେଡିଂ' କରିବାକୁ ଚାହୁଁଛୁ।

ତେବେ ଡିସେମ୍ବର ୪, ୨୦୨୨ରେ ଦିବ୍ୟା ନିଜର ୩୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଅପୂର୍ବ, ଦିବ୍ୟାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଉତ୍ତରରେ ଦିବ୍ୟା ହଁ ଭରିବା ପରେ ଅପୂର୍ବ ତାଙ୍କୁ ମୁଦି ପିନ୍ଧାଇଥିଲେ। ଭାବିସ୍ବାମୀ ଅପୂର୍ବଙ୍କ ସହ ଫଟୋ ସେୟାର କରି ଇନଷ୍ଟାରେ ଦିବ୍ୟା ଲେଖିଥିଲେ, ମୁଁ ଆଉ କେବେ ହସିବା ବନ୍ଦ କରିବି କି? କେବେ ନୁହେଁ। ଜୀବନ ପୂର୍ବାପେକ୍ଷା ଉଜ୍ଜ୍ୱଳ ହେବ ଏବଂ ମୁଁ ମୋର ଜୀବନର ଯାତ୍ରା ସହିତ ସାମିଲ କରିବାକୁ ଉପଯୁକ୍ତ ବ୍ୟକ୍ତି ପାଇଛି।