ବାବୁସାନ୍‌ଙ୍କ ପରେ ଏହି ନାୟକଙ୍କ ସାଥ୍‌ ମିଳିଲା ଦିବ୍ୟାଙ୍କୁ

ଭୁବନେଶ୍ୱର : ପ୍ରଥମ ଓଡ଼ିଆ ସିନେମାରେ ନିଜର କମାଲ୍‌ ଦେଖାଇଛନ୍ତି ନୂଆ ନାୟିକା ଦିବ୍ୟା। ହଁ ଦିବ୍ୟାଙ୍କ ପ୍ରଥମ ଓଡ଼ିଆ ଛବି ହେଲା ‘ସୁନ୍ଦରଗଡ଼ର ସଲମାନ ଖାନ୍‌। ତରଙ୍ଗ ସିନେ ପ୍ରଡକସନ୍‌ସ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମାରେ ଦିବ୍ୟା ଷ୍ଟାରସନ୍‌ ବାବୁସାନ୍‌ଙ୍କ ବିପକ୍ଷରେ ନଜର ଆସିଛନ୍ତି।

‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ରେ ଦର୍ଶକ ଦିବ୍ୟାଙ୍କ ନୋକ୍‌ଝୋଁକଭରା ଅଭିନୟ ପସନ୍ଦ କରିଛନ୍ତି। ଦିବ୍ୟାଙ୍କ ଲୁକ୍‌ସରେ ଘାଇଲା ହୋଇଛନ୍ତି ସିନେପ୍ରେମୀ।

ସେ ଯାହାହେଉନା କାହିଁକି ଦିବ୍ୟାଙ୍କୁ ଇତିମଧ୍ୟରେ ମିଳିଯାଇଛି ଆଉ ଏକ ଓଡ଼ିଆ ସିନେମା। ହେଲେ ସେ ଏଥର ବାବୁସାନ୍‌ଙ୍କ ସହ ରୋମାନ୍‌ସ କରିବାର ସୁଯୋଗ ପାଇବେନି। ଏଥର ଦିବ୍ୟାଙ୍କୁ ମିଳିଛି ଓଲିଉଡର ଆଉ ଜଣେ ଲୋକପ୍ରିୟ ନାୟକଙ୍କ ସାଥ୍‌। ଏହି ନାୟକ ଜଣକ ହେଲେ ସମ୍ବିତ।

ଯେଉଁ ଓଡ଼ିଆ ସିନେମାରେ ଦର୍ଶକ ସମ୍ବିତ-ଦିବ୍ୟାଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ, ସେହି ଫିଲ୍ମର ଟାଇଟଲ୍‌ ହେଲା ‘ଫିଲ୍‌ ମାଇ ଁଦିଲ୍‌’। ଶୈଳେନ୍ଦ୍ର ମିଶ୍ର ଏହାର ନିର୍ଦ୍ଦେଶକ। ଆଗରୁ ସେ ‘ଦେଲେ ଧରା କଥା ସରେ’ ଶୀର୍ଷକରେ ଏକ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍‌ ମାଇଁ ଦିଲ୍‌ ହେଉଛି ଶୈଳେନ୍ଦ୍ର ମିଶ୍ରଙ୍କର ଦ୍ୱିତୀୟ ଓଡ଼ିଆ ଛବି।

‘ଫିଲ୍‌ ମାଇଁ ଦିଲ୍‌’ର ପ୍ରଯୋଜନା କରିଛନ୍ତି ମୃତ୍ୟୁଞ୍ଜୟ ରାଉତ ଓ ପଙ୍କଜ ରାଉତ। ଏହି ସିନେମାରେ ଆଉ ଜଣେ ନାୟକ ବି ଅଛନ୍ତି। ସେ ହେଲେ ଏଲ୍‌ସା। ଏଲ୍‌ସାଙ୍କୁ ଦର୍ଶକ ଇତିମଧ୍ୟରେ ‘ଦୀପୁ ଦ ଡ୍ୟାନ୍‌ସ ବୟ’ ଓ ‘ଭୈରବ’ରେ ଦେଖି ସାରିଛନ୍ତି। ମୋଟାମୋଟି ଭାବେ ‘ଫିଲ୍‌ ମାଇଁ ଦିଲ୍‌’ ହେଉଛି ଏକ ପ୍ରେମ ତ୍ରିକୋଣଧର୍ମୀ ସିନେମା।

ସମ୍ବନ୍ଧିତ ଖବର