ମୁମ୍ବାଇ: ‘ୟେ ହୈ ମହବତେଁ’ରେ ଡକ୍ଟର ଇଶିତା ଭାଲାଙ୍କ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିବା ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଆଜିକାଲି ତାଙ୍କ ନଣନ୍ଦଙ୍କ ବିବାହକୁ ନେଇ ବେଶ୍ ବ୍ୟସ୍ତ ଅଛନ୍ତି। ଅଭିନେତ୍ରୀ ତାଙ୍କ ନଣନ୍ଦଙ୍କ ବିବାହର କିଛି ଫଟୋକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ପ୍ରଶଂସକମାନେ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ନଣନ୍ଦଙ୍କ ବିବାହ ଉତ୍ସବର କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ କନ୍ୟା ରିୟାଙ୍କ ଭାବି ସ୍ବାମୀଙ୍କୁ ସ୍ବାଗତ କରୁଥିବାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ସେ ବିବାହରେ ନାଚିବା ଏବଂ ମଜା କରୁଥିବାର ବି ନଜର ଆସିଛନ୍ତି। ଦିବ୍ୟଙ୍କା ପୋଷ୍ଟ୍ କରିଥିବା ଅନେକଗୁଡ଼ିଏ ଫଟୋ ମଧ୍ୟରେ ବରକୁ ସ୍ବାଗତ କରିବାରୁ ନେଇ ନାଚିବା ବେଳର, ରୀତି ନିଭାଇବାର ଓ ଅନେକ ମଜାମସ୍ତି ସମୟର ଫଟୋ ଦେଖିବାକୁ ମିିଳିଛି।
View this post on Instagram
ଏକ ପାରିବାରିକ ଫଟୋ ବି ପୋଷ୍ଟ୍ କରିଛନ୍ତି ସେ। ଯେଉଁଥିରେ ଦିବ୍ୟଙ୍କାଙ୍କ ସ୍ବାମୀ ବିବେକ ଦାହିଆ, ତାଙ୍କ ଶାଶୂ ଓ ଶଶୁର ସମସ୍ତେ ନଜର ଆସିଛନ୍ତି।
ତାଙ୍କର ଏହି ପୋଷ୍ଟ୍ରେ କମେଣ୍ଟ୍ ଦେଇ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହି ଲୁକ୍ ମୋତେ ଇଶିତା ଭାଲାଙ୍କୁ ମନେ ପକାଇ ଦେଉଛି’। ଆଉ ଜଣେ ଲେଖିଛନ୍ତି, ‘ଏତେ ସୁନ୍ଦର ପରିବାରକୁ କାହା ନଜର ନଲାଗୁ’।
ନିକଟରେ ଭୂକମ୍ପକୁ ନେଇ ଏକ ଟ୍ବିଟ୍ କରି ଟ୍ରୋଲ୍ ହୋଇଥିବା ଏହି ଟେଲି ଅଭିନେତ୍ରୀ ଜଣକ ଏବେ ତାଙ୍କ କୌତୂକିଆ ଫଟୋରେ ଦର୍ଶକଙ୍କ ମନ ମୋହିଛନ୍ତି।