ମୁମ୍ବାଇ: ‘ୟେ ହୈ ମହବତେଁ’ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ କେବଳ ଚରିତ୍ର ନିଭାଇବା ବେଳେ ନୁହେଁ, ବରଂ ବାସ୍ତବ ଜୀବନରେ ବି ଜଣେ ସାହସୀ ନାରୀ। ନିକଟରେ ଏକ ସୋସିଆଲ୍ ମିିଡିଆ ପୋଷ୍ଟ୍ ଦେଇ ଦିବ୍ୟଙ୍କା ତାଙ୍କର ଏକ #ମିଠୁ ମୁହୂର୍ତ୍ତ ବିଷୟରେ ମନେ ପକାଇଛନ୍ତି। ସେ କହିଛନ୍ତି କି ଥରେ ତାଙ୍କୁ ଜଣେ ଅସଭ୍ୟ ବ୍ୟକ୍ତି ଅଶାଳୀନ ଭାବେ ସ୍ପର୍ଶ କରିବାରୁ ସେ ସେହି ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲେ। ପରେ ସେଠାରେ ଥିବା ଅନ୍ୟ ଲୋକମାନେ ଘେରି ଯାଇ ବ୍ୟକ୍ତିଙ୍କୁ ମାରଧର କରିଥଲେ।
ଦିବ୍ୟଙ୍କା କୁହନ୍ତି, ‘ମୁଁ ସିନେମା ଦେଖିବାକୁ ହଲ୍କୁ ଯାଇଥାଏ। ଟିକେଟ୍ ପାଇଁ ଧାଡ଼ିରେ ଛିଡ଼ା ହୋଇଥାଏ। ସେଠାରେ ଜଣେ ବ୍ୟକ୍ତି ଥିଲେ ଯିଏକି ଭିଡ଼ର ସୁଯୋଗ ନେଇ ମୋତେ ଅଶାଳୀନ ଭାବେ ସ୍ପର୍ଶ କରିବା ଆରମ୍ଭ କରି ଦେଇଥିଲା। ମୋର ନିଜ ରାଗ ଉପରେ ଆଉ ଆୟତ୍ତ ରହିଲା ନାହିଁ। ମୁଁ ସେ ବ୍ୟକ୍ତିର ମୁହଁ ନଦେଖି ତା’ ହାତକୁ ଧରି ପକାଇଲି। ସେ ଭିଡ଼ ଭିତରୁ ବାହାରିବାକୁ ଚେଷ୍ଟା କଲା। ମାତ୍ର ମୁଁ ତା ହାତକୁ ଛାଡ଼ିଲି ନାହିଁ। ତା’ ସହ ମୁଁ ଭିଡ଼ ବାହାରକୁ ପଳାଇ ଆସିଲି। ବାହାରକୁ ଆସି ତା’ ମୁହଁକୁ ଏକ ଥାପଡ଼ ଦେଲି। ସେଠାରେ ଥିବା ଅନ୍ୟ ଲୋକ ମୋ ସମର୍ଥନରେ ବାହାରି ଲୋକଟିକୁ ଘେରି ଗଲେ।’ ଦିବ୍ୟଙ୍କା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ତାଙ୍କ ସହ ହୋଇଥିବା ଏହି ଅଭାବନୀୟ ଘଟଣାଟିକୁ ବର୍ଣ୍ଣନା କରିଛନ୍ତି।