ମୁମ୍ବାଇ: ସାରା ଦେଶରେ ଖୁବ୍ ଜୋର୍ରେ ଦୀପାବଳି ପାଇଁ ପ୍ରସ୍ତୁତି ଚାଲିଛି। ସାଧାରଣ ଜନତାରୁ ନେଇ ବଲିଉଡ୍ ଷ୍ଟାର୍ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ହିସାବେର ଦୀପାବଳି ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଦୀପାବଳି ଅବସରରେ ଗୁଲସନ କୁମାରଙ୍କ ଭାଇ ଭାଇ କ୍ରିଷନ୍ କୁମାର ଏକ ପାର୍ଟିର ଆୟୋଜନ କରିଥିବା ବେଳେ ସେହି ପାର୍ଟିରେ ନଜର ଆସିଥିଲେ ହ୍ରିତିକଙ୍କ ପୂର୍ବ ପତ୍ନୀ ସୁଜେନ୍ ଖାନ୍। ଏହି ପାର୍ଟିରେ ସୁଜେନ୍ ତାଙ୍କ ପ୍ରେମିକ ଅର୍ସଲାନ ଗୋନିଙ୍କ ସହ ନଜର ଆସିଥିଲେ।
ଦୁହେଁ ଫଟୋଗ୍ରାଫରଙ୍କ ସାମ୍ନାରେ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଥିଲେ। ସେମାନଙ୍କର ଏଭ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଉଭୟ ଅର୍ସଲାନ ଓ ସୁଜାନେ ପରସ୍ପରଙ୍କୁ ସ୍ନେହରେ ଆଲିଙ୍ଗନ କରିବା ସହ ଚୁମ୍ବନ ଦେଉଛନ୍ତି। ସର୍ବ ସମ୍ମୁଖରେ ଏପରି ପ୍ରେମ ଯଚାଇବାର ତରିକା ପ୍ରଶଂସକଙ୍କୁ ପସନ୍ଦ ଆସିନି। କେହି କେହି ଏହାକୁ ନାପସନ୍ଦ କରି ଖରାପ କମେଣ୍ଟ୍ ବି ଦେଇଛନ୍ତି।
View this post on Instagram
ବିବାହ ବିଚ୍ଛେଦ ପରେ ହ୍ରିତିକ ରୋଶନ ଆଜିକାଲି ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ସବା ଆଜାଦଙ୍କୁ ଡେଟ କରୁଥିବା ବେଳେ ପତ୍ନୀ ସୁଜେନ୍ ଅର୍ସଲାନ ଗୋନିଙ୍କୁ ଡେଟ କରୁଛନ୍ତି। ଦୀର୍ଘ ଦିନ ହେଲାଣି ହ୍ରିତିକ ଏବଂ ସବା ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସୁଜେନ୍, ପ୍ରେମିକ ଅର୍ସଲାନଙ୍କ ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ସାମ୍ନାକୁ ଆସିଛି।
କୁହାଯାଉଛି ଯେ, ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବିବାହ ଖୁବ କମ ଲୋକଙ୍କୁ ନେଇ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ଦୁହେଁ କେବେ ବିବାହ କରିବେ ତାହା ସ୍ପଷ୍ଟ ହୋଇପାରିନାହିଁ।