ବିବାହ କଥା କହିବାରୁ ମୋ ପ୍ରେମିକ ମୋତେ ମାଡ଼ ମାରୁଥିଲା; ଖୁଲାସା କଲେ ‘ଦିୟା ଔର ବାତି ହମ୍’ ଅଭିନେତ୍ରୀ କନିଷ୍କା

ମୁମ୍ବାଇ: ରାଜଧାନୀ ଦିଲ୍ଲୀରେ  ଚଳିତ ବର୍ଷ ମେ’ ମାସରେ ଘଟିଥିବା ନୃଶଂସ ହତ୍ୟାକାଣ୍ଡର ଖୁଲାସା ଏବେ ହୋଇଛି। ଶ୍ରଦ୍ଧା ୱାକର ନାମକ ଜଣେ ଯୁବତୀଙ୍କ ସହ ଅଭିଯୁକ୍ତ ଅଫତାବ ପୁନାୱାଲା ପ୍ରଥମେ ପ୍ରେମ ସମ୍ପର୍କ ରଖିବ‌ା ଏବଂ ପରେ ବିବାହ କଥା କହିବାରୁ ହତ୍ୟା କରିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି ନିଜ ମନର ମଣିଷକୁ ଅମାନୁଷିକ ଭାବେ ୩୫ଖଣ୍ଡ କରି କାଟିବା ଏବଂ ପରେ ଏହାକୁ ଜଙ୍ଗଲରେ ଫିଙ୍ଗଦେବା। ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଜଣେ ଟେଲି ଅଭିନେତ୍ରୀ ନିଜ ସହ ଘଟିଥିବା ଘଟଣା ବିଷୟରେ କହିଛନ୍ତି।

ଲୋକପ୍ରିୟ ଧାରାବାହିକ ‘ଦିୟା ଔର ବାତି ହମ୍’ରେ ଅଭିନୟ କରିଥିବା ଅଭିନେତ୍ରୀ କନିଷ୍କା ସୋନି ନିଜ ପ୍ରେମ ସମ୍ପର୍କ‌ ବିଷୟରେ କାନ୍ଦି କାନ୍ଦି ସମସ୍ତଙ୍କୁ ଜଣାଇଛନ୍ତି। ଶ୍ରଦ୍ଧାଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିବା ସହ ନିଜେ ମଧ୍ୟ ଏଭଳି ସ୍ଥିତି ଦେଇ ଗତି କରିସାରିଥିବା କହିଛନ୍ତି କନିଷ୍କା। କନିଷ୍କା ସୋନି କହିଛନ୍ତି, ‘ମୁଁ ଶ୍ରଦ୍ଧାଙ୍କ ଉପରେ କ’ଣ ବିତିଥିବ, ତାହା ଅନୁଭବ କରିପାରୁଛି। ମୋର ମନେ ଅଛି, ମୋ ପ୍ରେମିକ ମୋତେ ଭଲପାଉଥିବା ବିଷୟରେ କହିବା ବେ‌ଳେ ବିବାହ କରିବେ ବୋଲି କହିଥିଲ‌େ। ପ୍ରେମ ସମ୍ପର୍କ ଆରମ୍ଭ ହେବା ପରେ ମୁଁ ତାଙ୍କ ସବୁ ବଦଗୁଣ ଦେଖିଥିଲି। ସେ ମଦ ପିଇବା ସହ ବହୁତ ଜୋରରେ ରାଗୁଥିଲେ। ମୁଁ ଭାବୁଥିଲି ବିବାହ ପରେ ହୁଏତ ସେ ସୁଧୁରିଯିବେ। ସେ ମୋତେ ଲିଭ୍-ଇନରେ ରହିବାକୁ କହିଥିଲେ। ହେଲେ ମୁଁ ନିଜେ କେବେ ବି ଲିଭ୍-ଇନ୍ ସପକ୍ଷରେ ନଥିଲି। ତେଣୁ ଲିଭ୍-ଇନରେ ନରହି ତାଙ୍କ ଘରେ ଅଧିକ ସମୟ କଟାଉଥିଲି। ଯେତେବେଳେ ମୁଁ ତାଙ୍କୁ ବିବାହ କରିବା ବିଷୟରେ ପଚାରିଲି ସେ ମୋତେ ମାଡ଼ ମାରିବା ଆରମ୍ଭ କରିଥିଲେ। ସେ ମୋତେ ସେଦିନ ହତ୍ୟା ବି କରିପାରିଥାନ୍ତେ। କିନ୍ତୁ ମୁଁ ତାଙ୍କ ଘରୁ ଲୁଚି ପଳାଇଆସିଥିଲି।

ସମ୍ବନ୍ଧିତ ଖବର