ମୁମ୍ବାଇ : ଷ୍ଟାର୍ ପ୍ଲସରେ ପ୍ରସାରିତ ହୋଇଥିବା ଧାରାବାହିକ ‘ଦିୟା ଔର ବାତି ହମ୍’ରେ ଅଭିନୟ କରି ସେ ଲୋକପ୍ରିୟ ହୋଇ ପାରିଥିଲେ । ସେଥିରେ ଥିବା ତାଙ୍କ ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇ ପାରିଥିଲା। ଏଠି ଆମେ ଯେଉଁ କଳାକାରଙ୍କ ବିଷୟରେ ଆମେ କହୁଛୁ ସେ ହେଉଛନ୍ତି ‘ଦିୟା ଔର ବାତି ହମ୍’ର ମୁଖ୍ୟ ଅଭିନେତା ସୁରଜ । ଏବେ ଏହି ଧାରାବାହିକର ପ୍ରସାରଣ ବନ୍ଦ ହୋଇ ସାରିଥିବା ବେଳେ ସୁରଜ ଓରଫ୍ ଅନସ ରଶିଦ୍ ଏବେ କେଉଁଠି ଅଛନ୍ତି ତାହା କାହାକୁ ଜଣା ନାହିଁ । ନିଜକୁ ଅଭିନୟଠାରୁ କହିଁକି ଦୂରେଇ ରଖିଛନ୍ତି ଏବଂ କେବେ ଫେରିବେ ତାହା କାହାକୁ ଜଣା ନଥିବା ବେଳେ ଅନସ ଏ ନେଇ ନିଜର ମତ ରଖିଛନ୍ତି ।
/sambad/media/post_attachments/wp-content/uploads/2018/07/MV5BNTFkMDYwZmUtMTEwMC00ODQ5LWFiZGQtOWRiN2FhZjNhNjE1L2ltYWdlL2ltYWdlXkEyXkFqcGdeQXVyMjA5MzEwODk@._V1_-300x204.jpg)
କିଛି ଦିନ ତଳେ ତାଙ୍କ ବିବାହ ହୋଇଥିବା ବେଳେ ଏବେ ସେ ପୂରା ସମୟ ନିଜ ପରିବାରକୁ ଦେଉଥିବା ଜଣା ପଡ଼ିଛି । ଅନସଙ୍କ କହିବା ଅନୁଯାୟୀ, ମୁଁ ୫ବର୍ଷ ପର୍ଯ୍ୟନ୍ତ ଅଭିନୟରୁ ବିରତି ନେଇ ସାରିଛି । ୫ବର୍ଷ ପରେ ମୁଁ ପରଦାକୁ ଫେରିବି କି ନାହିଁ ତାହା ମଧ୍ୟ ଜାଣି ନାହିଁ । କାରଣ ଏବେ ମୁଁ ଅଭିନେତାରୁ କୃଷକ ବନି ସାରିଛି । ଯାହା ପାଇଁ ମୁଁ ବହୁତ ଖୁସି । କ୍ଷେତରେ ଟ୍ରାକ୍ଟର ଚଳାଇବାରେ ମୋତେ ଖୁବ୍ ଭଲ ଲାଗିବା ସହ ଏବେ ମୁଁ ମୋ ପରିବାର ସହ ସମୟ ବିତାଇ ପାରୁଛି ବୋଲି ସେ କହିଛନ୍ତି ।