ମନୋରଞ୍ଜନ ଶାହରୁଖ୍ ଖାନ୍ କେମିତି ଏତେ ପଇସା ରୋଜଗାର କରନ୍ତି, ଆପଣ ଜାଣନ୍ତି କି? ଶାହରୁଖ୍ଙ୍କ ପଇସା ରୋଜଗାର କରିବାର କୌଶଳ କ’ଣ? by Sambad Digital by Sambad Digital 20 Feb 2018 14:39 IST Link copied! Copy failed! Advertisment ଅଭିନବ ଚିନ୍ତାଧାରା: ଶାହରୁଖ୍ ନୂଆ ଶୈଳୀରେ ପ୍ରମୋସ୍ନାଲ୍ ଆକ୍ଟିଭିଟି କରନ୍ତି, ଯେଉଁଥିରୁ ମାତ୍ରାଧିକ ପରିମାଣର ଲାଭ ହୋଇଥାଏ। ଉଚ୍ଚ ଧରଣର ବିଜ୍ଞାପନ ତାରକା: କିଙ୍ଗ୍ ଖାନ୍ ବହୁତ ଗୁଡ଼ାଏ ବ୍ରାଣ୍ଡ୍ ପାଇଁ ବିଜ୍ଞାପନ କରି ବହୁ ଚର୍ଚ୍ଚିତ ହୋଇ ନିଜର ଏକ ‘ବ୍ରାଣ୍ଡ୍ ଏସ୍ଆର୍କେ’ କରି ଦେଇଛନ୍ତି। ସାଟେଲାଇଟ୍ ରାଇଟ୍ସ ବିକ୍ରି କରିବା: ଶାହରୁଖ୍ ଜାଣନ୍ତି ଯେ ଏମିତି ବହୁତ ସିନେମାପ୍ରେମୀ ଅଛନ୍ତି ଯେଉଁମାନେ ମଲ୍ଟିପ୍ଲେକ୍ସ୍ରେ ସିନେମା ଦେଖିବାକୁ ସମର୍ଥ ନୁହନ୍ତି। ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା: କିଙ୍ଗ୍ ଖାନ୍ କୌଣସି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ପ୍ରାୟ ୯୦ ଲକ୍ଷ ଟଙ୍କା ନେଇଥା’ନ୍ତି ଓ ବିବାହ ସମାରୋହରେ ଯୋଗ ଦେବା ପାଇଁ ପ୍ରାୟ ୮ କୋଟି ଟଙ୍କା ନିଅନ୍ତି। ବ୍ୟବସାୟ କୌଶଳ: ଶାହରୁଖ୍ ସହର ପରିଭ୍ରମଣ ଠାରୁ ଆରମ୍ଭ କରି ସାମ୍ବାଦିକ ସମ୍ମିଳନୀ ଡକଇବା ସହ ଅନେକ ଟିଭି ରିଆଲିଟି ସୋ’ କୁ ମଧ୍ୟ ଆସନ୍ତି। ସ୍ମାର୍ଟ୍ ପୁଞ୍ଜି ନିବେଶ: ଶାହାରୁଖ ଦେଶ ବିଦେଶର ବହୁ ସ୍ଥାନରେ ଜମି କିଣାରେ ପୁଞ୍ଜି ନିବେଶ କରିଥିବା ସହ ଆଇପିଏଲ୍ ଟିମ୍ କିଣିଛନ୍ତି ଓ ନିଜର ପ୍ରଡକ୍ସନ୍ ହାଉସ୍ ମଧ୍ୟ ଖୋଲିଛନ୍ତି। ଲାଭ ଓ ପର୍ସେନ୍ଟେଜ୍ ଦାବି କରିବା: ଖବର ଅନୁସାରେ ଅମିର ଖାନ୍ ୟସ୍ରାଜ୍ ବ୍ୟାନର୍କୁ ଧୁମ୍-୩ ପାଇଁ ଲାଭର ୩୩ ପ୍ରତିଶତ ମାଗିଥିବା ବେଳ ଶାହରୁଖ୍ ଅଧିକ ମାଗନ୍ତି। by Sambad Digital by Sambad Digital 20 Feb 2018 14:39 IST Link copied! Copy failed!