ମୁମ୍ବାଇ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଛନ୍ତି। ଦୁହିଁଙ୍କୁ ଅନେକ ପାର୍ଟିରେ ଏକା ସାଙ୍ଗରେ ଦେଖିବାକୁ ମିଳିବା ସହ ଦୁହେଁ ପ୍ରେମ ସମ୍ପର୍କରେ ଥିବା ସ୍ପଷ୍ଟ କରିସାରିଛନ୍ତି। ତେବେ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ହ୍ରିତିକ-ସବା ଖୁବଶୀଘ୍ର ବିବାହ କରିବେ ବୋଲି ଜଣାପଡ଼ିଛି।
ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଦୁହେଁ ନିଜ ସମ୍ପର୍କକୁ ବିବାହ ରୂପ ଦେବାକୁ ଚିନ୍ତା କରୁଛନ୍ତି। ଏହା ସହ ଦୁହେଁ ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ତେବେ ହ୍ରିତକଙ୍କଠାରୁ ସବା ୧୧ ବର୍ଷର ସାନ। ବୟସର ଏତେ ତାରତମ୍ୟ ମଧ୍ୟରେ ସବା ଓ ହ୍ରିତିକ ପରସ୍ପରର ପ୍ରେମରେ କିଭଳି ପଡ଼ିଲେ, ସେ ବିଷୟରେ ଆପଣ ଜାଣନ୍ତି କି?
ମିଳିଥିବା ସୂଚନା ମୁତାବକ, ଟ୍ବିଟରରୁ ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ହ୍ରିତିକ୍ ପ୍ରଥମେ ଟ୍ୱିଟରରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସବା ଏବଂ ଜଣେ ରାପର୍ ନଜର ଆସିଥିଲେ। ସେବେଠାରୁ ଦୁହିଁଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ସବା ହ୍ରିତିକଙ୍କୁ ତାଙ୍କର ପ୍ରଶଂସା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଏହିପରି ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା। ଦୁହେଁ ପରସ୍ପରକୁ ମେସେଜ କରିବା ପରେ ପ୍ରଥମେ ବନ୍ଧୁତା ହେଲା ଏବଂ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ସେବେଠାରୁ ହ୍ରିତିକ ଏବଂ ସବା ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଛନ୍ତି।
ତେବେ ନିଜ ସମ୍ପର୍କ ବିଷୟରେ ଦୁହେଁ ପ୍ରଥମେ କରଣଙ୍କ ଜନ୍ମଦିନ ପାର୍ଟିରେ ସମସ୍ତଙ୍କୁ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-185.jpg)