ମୁମ୍ବାଇ: ସର୍ଜରୀ ସଫଳ ହେବା ପରେ ବିବାଦୀୟ ରାଣୀ ରାଖି ସାୱନ୍ତ ଅବସ୍ଥା କିଭଳି ରହିଛି ତାହା ଜଣାଇଛନ୍ତି ଡାକ୍ତର । ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ଚର୍ଚ୍ଚାରେ ଥିଲେ ରାଖି। ଗର୍ଭାଶୟରେ ୧୦ସେଣ୍ଟିମିଟରର ଟ୍ୟୁମର ହୋଇଥିବାରୁ ତାଙ୍କର କିଛି ଦିନ ତଳେ ସର୍ଜରୀ ହୋଇଥିଲା। ପ୍ରଥମେ କର୍କଟ ହୋଇଥିବା ନେଇ ଡାକ୍ତର ସନ୍ଦେହ କରୁଥିବା ବେଳେ ପରେ କର୍କଟ ହୋଇନଥିବା ସ୍ପଷ୍ଟ କରିିଥିଲେ ଡାକ୍ତର। ଏହା ସହ ଗର୍ଭାଶୟରେ ହୋଇଥିବା ୧୦ସେଣ୍ଟିମିଟର ଟ୍ୟୁମରର ଅସ୍ତ୍ରୋପଚରା କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।
ଅସ୍ତ୍ରୋପଚାର ପରେ ରାଖିଙ୍କ ଡାକ୍ତର କହିଛନ୍ତି ଯେ ସେ ଏବଂ ତାଙ୍କ ଟିମ୍ ରାଖି ସାୱନ୍ତଙ୍କ ଯତ୍ନ ନେଉଛନ୍ତି। ଅଭିନେତ୍ରୀଙ୍କର ଅସ୍ତ୍ରୋପଚାର କରାଯାଇଥିବା ନିଶ୍ଚିତ କରିବା ସହ ସେ ଡାକ୍ତରଖାନାର ଅନୁମତି ବିନା ରାଖିଙ୍କ ବିଷୟରେ ଅଧିକ ସୂଚନା ଦେବାକୁ ମନା କରି ଦେଇଛନ୍ତି।
ତେବେ ଅସ୍ତ୍ରୋପଚରା ଶେଷ ହେବା ପରେ ରାଖିଙ୍କ ପୂର୍ବତନ ପ୍ରଥମ ସ୍ବାମୀ ରିତେଶ ତାଙ୍କ ଅବସ୍ଥା ବିଷୟରେ ଜଣାଇଥିଲେ। ସେ କହିଥିଲେ ଯେ, ‘ରାଖୀ ସାୱନ୍ତଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ଟ୍ୟୁମରଟି ବହୁତ ବଡ ଥିଲା। ରାଖିଙ୍କର ଏପର୍ଯ୍ୟନ୍ତ ଚେତନା ଫେରି ନାହିଁ। ୩ଘଣ୍ଟାର ଅପରେସନ ସଫଳ ହେବା ପରେ ରାଖି ଶୀଘ୍ର ସୁସ୍ଥ ହେବେ ଏବଂ ମଜାକ୍ ଉଡ଼ାଉଥିବା ଲୋକଙ୍କୁ ଜବାବ ଦେବେ।’
ଅସ୍ତ୍ରୋପଚରା ପୂର୍ବରୁ ରାଖି କହିଥିଲେ ଯେ, “ମୁଁ ଖୁବ୍ ଶୀଘ୍ର ଭଲ ହେବି। ମୋର ୧୦ସେମିର ଟ୍ୟୁମର ଅଛି ଏବଂ ଶନିବାର ଦିନ ଅସ୍ତ୍ରୋପଚାର କରାଯିବ। ମୁଁ ମୋର ସ୍ୱାସ୍ଥ୍ୟ ବିଷୟରେ ଅଧିକ କହିବାକୁ କରିବାକୁ ସକ୍ଷମ ନୁହେଁ। କିନ୍ତୁ ରିତେଶ ସମସ୍ତଙ୍କୁ ମୋ ଅବସ୍ଥା ବିଷୟରେ ଅପଡେଟ୍ ଦେବେ। ଅସ୍ତ୍ରୋପଚାର ସରିବା ପରେ ମୁଁ ଟ୍ୟୁମର ଦେଖାଇବି। ମୁଁ ପ୍ରକୃତ ବିବରଣୀ ଜାଣି ନାହିଁ କାରଣ ମୁଁ ଡାକ୍ତର ନୁହେଁ, ମୁଁ ଜଣେ କଳାକାର। ଡାକ୍ତରମାନେ ଏଠାରେ ସର୍ବୋତ୍ତମ ଏବଂ ସେମାନେ ସେମାନଙ୍କର କାର୍ଯ୍ୟ ସଂପୂର୍ଣ୍ଣ ରୂପେ କରୁଛନ୍ତି। ମୁଁ ଜୀବନରେ କେବେବି ହାର ମାନି ନାହିଁ ଏବଂ ପିଲାଦିନରୁ ଅନେକ ବାଧାବିଘ୍ନର ସାମ୍ନା କରିଛି। ମୁଁ ଅପରେସନ୍ ଥିଏଟରରେ ମଧ୍ୟ ଲଢ଼ିବି। ମୁଁ ଜାଣେ ମୋର କିଛି ହେବ ନାହିଁ। କାରଣ ମୋ ପାଖରେ ମୋ ମା’ଙ୍କ ଆଶୀର୍ବାଦ ଅଛି। ସେ ମୋ ସହିତ ଅଛନ୍ତି। ମୁଁ ପୁଣି ଫେରିବି ଆପଣମାନଙ୍କ ମନୋରଞ୍ଜନ କରିବାକୁ। ”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/t-251.jpg)