ଏହି କାରଣରୁ ଆଲିଆ ଭଟ୍ଟଙ୍କୁ ଧନ୍ୟବାଦ୍‌ ଦେଲେ ଡାକ୍ତର, ଟ୍ବିଟର୍‌ରେ ଛୁଟିଲା ଆଲିଆଙ୍କ ପ୍ରଶଂସାର ସୁଅ

ମୁମ୍ବାଇ: କରୋନା ପରି ଏକ ମହାମାରୀ ଭାଇରସ୍‌ ସହ ସାରା ବିଶ୍ବ ଲଢୁଥିବା ବେଳେ ଦେଶର ବହୁ ଲୋକପ୍ରିୟ ତାରକାମାନେ କୋଭିଡ୍‌-୧୯ ମୁକାବିଲା ପାଇଁ ନିଜ ନିଜର ସହାୟତାର ହାତ ବଢ଼ାଇ ସାରିଛନ୍ତି। ଏହି ତାରକାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ହସ୍ପିଟାଲ୍‌ରେ ଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ଖାଦ୍ୟ ଓ ଚକ୍‌ଲେଟ୍‌ ପଠାଇଥିବା ଜାଣିବାକୁ ମିଳିଛି। ଆଲିଆ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଖାଦ୍ୟ ଓ ଚକ୍‌ଲେଟ୍‌ ପଠାଇବା ପରେ ମୁମ୍ବାଇରେ ଥିବା କେଇଏମ୍‌ ହସ୍ପିଟାଲ୍‌ର ଡାକ୍ତର ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ସେ ଆଲିଆ ପଠାଇଥିବା ସାମଗ୍ରୀର ଏକ ଫଟୋକୁ ଟ୍ବିଟର୍‌ରେ ପୋ‌ଷ୍ଟ୍‌ କରି ଲେଖିଛନ୍ତି, ‘ଏପରି ଏକ ମିଠା ସରପ୍ରାଇଜ୍‌ ପାଇଁ ତୁମକୁ ଧନ୍ୟବାଦ୍‌ ଆଲିଆ। ମହାମାରୀ ଭାଇରସ୍‌ ହେତୁ ଚାଲିଥିବା ଏହି ଦୁର୍ଦ୍ଦିନରେ ଏହାର ମୂଲ୍ୟ ଅନେକ।’

ଆଲିଆ ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ଚକ୍‌ଲେଟ୍‌, ସୁଇଟ୍‌ ବନ୍‌, ଆପେଲ୍‌ ଡ୍ରିଙ୍କ୍‌ ଏବଂ ଆହୁରି କିଛି ଖାଦ୍ୟ ପଠାଇଥିବା ଜାଣିବାକୁ ମିଳିଛି। ସ୍ବାସ୍ଥ୍ୟକର୍ମୀମାନଙ୍କ ପାଖକୁ ଆଲିଆ ପଠାଇଥିବା ଉପହାରକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ଆଲିଆକୁ ନେଇ ପ୍ରଶଂସକମାନେ ଗର୍ବ କରୁଥିବା କଥା ନିଜ ନିଜ ଆକାଉଣ୍ଟ୍‌ରେ ଲେଖିଛନ୍ତି।

ଉଲ୍ଲେ୍‌ଖଯୋଗ୍ୟ, ଆଲିଆ ତାଙ୍କ ପ୍ରେମିକ ରଣବୀର କପୁର୍‌ଙ୍କ ସହ ଏବେ ଲକ୍‌ଡାଉନ୍‌‌ ହୋଇ ଅଛନ୍ତି। ନିକଟରେ ସେ ତାଙ୍କ ଘ‌ର ଜିମ୍‌ରେ ନିଜ ଏକ ଫଟୋ ପୋଷ୍ଟ୍‌ କରି ଲେଖିଥିଲେ ଯେ ସୁସ୍ଥ ରହିବାକୁ ସେ ଲକ୍‌ଡାଉାନ୍‌ ସମୟରେ ପ୍ରଥମ ପ୍ରାଧାନ୍ୟ ଦେଉଛନ୍ତି।

ସମ୍ବନ୍ଧିତ ଖବର